Masthead

ଜଙ୍ଗଲ ରୁ ଜଣେ ମହିଳା ଙ୍କ ଗଳିତ ମୃତ ଦେହ ଉଦ୍ଧାର।

ବଡ଼ ଖବର ବ୍ୟୁରୋ ।
ମୟୂରଭଞ୍ଜ : ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦା ପଞ୍ଚାୟତ ଢିଲା ଜଗତପୁର ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ମୃତଦେହ ଠାବ। ଏକ ଗଛ ରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତଦେହ ପାଖାପାଖି ୨ ଦିନ ତଳର ହେବ ବୋଲି ଜଣାପଡୁଛି ।ତେବେ ମୃତ ମହିଳା ଙ୍କ ର ନାମ ଦୁର୍ଗୀ ମୁର୍ମୁ, ବୟସ ୩୫ ବର୍ଷ ବୋଲି ଜଣାପଡିଛି।ଢିଲା ଜଗତପୁର ଗାଁର ବିନୋଦ ଟୁଡୁ ଙ୍କ ଝିଅ ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଜଙ୍ଗଲ ମଧ୍ୟରେ ମୃତ ଦେହ ଗଛରେ ଝୁଲୁଥିବା ର ଦେଖି ଗାଁ ଲୋକମାନେ ନିକଟସ୍ଥ ଥାନାରେ ଖବର ଦେଇଥିଲେ।। ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି କେସ ନଂ ୩୦/୨୦୨୦ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳା ଙ୍କ ଶବ ଗଛରୁ ଉଦ୍ଧାର ସମୟରେ ଗଛ ତଳେ ପୁରୁଷ ଲୋକର ଚପଲ ହଳେ ମିଳିବା ଘଟଣା କୁ ସନ୍ଦେହ ଭିତରକୁ ଠେଲିଦେଇଛି ବୋଲି ଆଲୋଚନା ହେଉଥିବା ଦେଖାଯାଇଛି । ପ୍ରଶ୍ନ ଉଠେ ଜଣେ ପୁରୁଷ ଲୋକର ଚପଲ ଜଙ୍ଗଲ ମଧ୍ୟରେ ମିଳିବା ପୁଣି ମୃତ ମହିଳା ଙ୍କ ଘଟଣା ସ୍ଥଳରେ ମିଳିଵା କୁ ନେଇ ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ ଉଠିଛି । ରାସଗୋବିନ୍ଦପୁର ପୋଲିସ ର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ