Masthead

କଟିବ ହିତାଧିକାରିଙ୍କ ରାସନ କାର୍ଡ

ଇ-କେୱାସି କରିନଥିଲେ ମିଳିବନି ଚାଉଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଲକ୍ଷ ଲକ୍ଷ ଲୋକଙ୍କ ଆହାରର ମାର୍ଗ ହେଉଛି ରାସନ କାର୍ଡ ଚାଉଳ । ସରିଗଲା ଅବଧି କଟିଗଲା କାର୍ଡ । ହନ୍ତସନ୍ତ ହେଲେଣି ହିତାଧିକାରି । ୨୦ ଲକ୍ଷରୁ ଅଧିକ ହିତାଧିକାରିଙ୍କ କଟିଯାଇଛି ଖାଉଟି ଖାତା । ଇ-କେୱାସି କରିନଥିଲେ ମିଳିବନି ଚାଉଳ ।

ଜୁନ ୩୦ଥିଲା ଇ-କେୱାସି କରିବାର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ହଜାର ହିତାଧିକାରି କରିନାହାନ୍ତି ଇ-କେୱାସି । ଯେଉଁମାନେ କରିନାହାନ୍ତି ସେମାନଙ୍କୁ ଚାଉଳ ମିଳିବନି । ସୂଚନା ଦେଇଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଯେଉଁମାନେ ଇ-କେୱାସି କରିଛନ୍ତି ସେମାନଙ୍କୁ ଚାଉଳ ମିଳିବ । ଏବଂ ଯେଉଁମାନେ କରିନାହାନ୍ତି ସେମାନଙ୍କ ପାଇଁ  ୩ମାସ ଅପେକ୍ଷା କରିବେ ସରକାର । କାର୍ଡ ଗୁଡ଼ିକ ଏହି ସମୟରେ ସସ୍ପେଣ୍ଡ ରହିବ । ଯଦି ତିନି ମାସ ମଧ୍ୟରେ ଇ-କେୱାସି ନକଲେ ତେବେ କାର୍ଡ ଗୁଡିକ କାଟିଦେବେ ସରକାର  । ପାଞ୍ଚ ବର୍ଷରୁ ଅଧିକ ବୟସର ପିଲା ରାସନ କାର୍ଡରେ ସାମିଲ ହୋଇପାରିବେ ।

ସୂଚନା ଅନୁଯାୟୀ କିଛି ଜିଲ୍ଲା ମାନଙ୍କରେ ନେଟୱାର୍କ ସମସ୍ୟା ଯୋଗୁଁ ଇ-କେୱାସି କରିବାରେ ସମସ୍ୟା ସୃଷ୍ଟି ହେଉଥିଲା । ସେଥିପାଇଁ ସେହି ଜିଲ୍ଲା ମାନଙ୍କରେ ନେଟୱାର୍କର ସୁ- ବ୍ୟବସ୍ତା କରିଛନ୍ତି ସରକାର । ଏହାସତ୍ୱେ ମଧ୍ୟ ଯଦି କୌଣସି ହିତାଧିକାରିଙ୍କ ଇ-କେୱାସି ହୋଇପାରୁନାହିଁ ତେବେ ସେମାନେ ଜିଲ୍ଲା କେନ୍ଦ୍ର ମାନଙ୍କରେ ତିନି ମାସ ମଧ୍ୟରେ ଇ-କେୱାସି କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ