Masthead

ନିହାର ରଞ୍ଜନ ସ୍ୱାଇଁଙ୍କୁ ‘ସର୍ବୋଦୟ ସେବା ସମ୍ମାନ-୨୦୨୩’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିହାର ରଞ୍ଜନ ସ୍ୱାଇଁଙ୍କୁ ‘ସର୍ବୋଦୟ ସେବା ସମ୍ମାନ-୨୦୨୩’ । ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୧ ତମ ପୁଣ୍ୟ ତିଥିରେ ଭାରତ ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଡକ୍ଟର ଭଗବାନ ପ୍ରକାଶଙ୍କ ସଭାପତିତ୍ୱରେ “ବିଶ୍ୱାଶାନ୍ତି ଓ ଜୟ ଜଗତ” ଶୀର୍ଷକ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସମ୍ମାନୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ଜୟଦେବର ବିଧାୟକ ଅରବିନ୍ଦ ଢ଼ାଲି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । JEHOOVAH NEWSର ଏମଡ଼ି ନୃସିଂହ ନାଥ ନନ୍ଦ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ । ପିପିଲିର ପୂର୍ବତନ ବିଧାୟକ ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ଜ୍ୱାଇଁ ନିହାର ରଞ୍ଜନ ସ୍ୱାଇଁଙ୍କୁ “ସର୍ବୋଦୟ ସେବା ସମ୍ମାନ-୨୦୨୩” ରେ ସମ୍ମାନିତ କରାଯାଇଥିଲା ।

ସମାଜସେବୀ ତଥା ପରିବେଷବିତ ନିହାର ସମାଜ ସେବା, ସାମାଜିକ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ପରିବେଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଖାଦ୍ୟ ବିତରଣ, ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଆଦି ଅନେକ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ନିଜକୁ ସର୍ବଦା ନିୟୋଜିତ କରିଛନ୍ତି । ଶ୍ରୀଯୁକ୍ତ ସ୍ୱାଇଁ ଅନେକ ରକ୍ତଦାନ ଶିବିର ଆୟୋଜନ କରିବା ସହ ନିଜେ ପ୍ରାୟ ୨୦ ଥର ରୁ ଅଧିକ ଥର ରକ୍ତଦାନ କରିଛନ୍ତି । ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଏହି ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ସାଧାରଣ ସଚିବ ମନୋଜ ଜେନା ଏବଂ କାର୍ଯ୍ୟକ୍ରମ ସଂଯୋଜକ କାଳୀ ଚରଣ ସିଂ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ