Masthead

ପୁଅକୁ ଭଲ କରିବା ପାଇଁ ଭିକ ମାଗୁଛି ମା’

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପୁଅ ପାଇଁ ବିକଳ ହୋଇ ବୁଲୁଛି ବିଧବା ମା’ । ଦୀର୍ଘ ୯ ବର୍ଷ ହେଲାଣି ଶଯ୍ୟାଶାୟୀ ପୁଅ । ଚିକିତ୍ସାରେ ଅର୍ଥ ସାଜୁଛି ବାଧକ । ସରକାରଙ୍କ ସହାୟତାକୁ ଅନେଇ ବସିଛି ପରିବାର । ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତରୁ ଆସିଛି ଏଭଳି ଦଳନୀୟ ଚିତ୍ର । ରାତି ପାହିଲେ ଚିନ୍ତା ୩୩ ବର୍ଷର ଭେଣ୍ଡିଆ ପୁଅ କିପରି ଭଲ ହେବ । ସେଇ ଚିନ୍ତାରେ କାନ୍ଦି କାନ୍ଦି ମା’ ଆଖିରୁ ଶୁଖୁନି ଲୁହ । ପୁଅକୁ ଭଲ କରିବା ପାଇଁ ବାର ଦୁଆରେ କାନି ପତେଇ ଭିକ ମାଗୁଛି ୬୦ ବର୍ଷର ବିଧବା ମା’ । ହାତ ଯୋଡ଼ି ସରକାରଙ୍କୁ ନିବେଦନ କରିଛନ୍ତି ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତ ଗଛଆଡିଆ ଗ୍ରାମର ଅସହାୟ ପରିବାର ।ଆଜକୁ ୧୦ବର୍ଷ ହେବ ଦାଦନ ଭାବେ କାର୍ୟ୍ୟ କରିବା ପାଇଁ ସୁଦୁର ବାଙ୍ଗାଲୋରକୁ ନିଜ ଅଞ୍ଚଳରେ ଘୋରାଇ ଠିକାଦାର ସହିତ କାର୍ୟ୍ୟ କରିବାକୁ ଯାଇଥିଲେ ଲକ୍ଷ୍ମୀଧର। ଅଭିଯୋଗ ମୁତାବକ ଦୁଇ ମହଲା ଛାତ ଉପରେ କାର୍ୟ୍ୟ କରୁଥିବା ସମୟରେ କୈଣସି କାମକୁ ନେଇ ଶ୍ରମିକ ମାନଙ୍କ ଭିତରେ ବଚସା ଲାଗିଥିଲା ।

ସେହି ବଚସାକୁ ନେଇ ଲଷ୍ମୀଧରକୁ ଦୁଇ ମହଲା ଛାତ ତଳକୁ କେହି ଠେଲି ଦେଇଥିଲେ । ଫଳରେ ତଳେ ପଡିବା ପରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉକ୍ତ ଠିକାଦାର ତାଙ୍କୁ ପାଖରେ ଥିବା ଏକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଲଷ୍ମୀଧରଙ୍କ ପରିବାର ନିହାତି ଗରିବ ହୋଇ ଥିବାରୁ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି।ସେଥିପାଇଁ ଆଜକୁ ୧୦ବର୍ଷରୁ ଅଧିକ ହେବ ବିଛଣାରେ ପଡି ମରଣ ସହ ସଂଗ୍ରାମ କରୁଛି ଲଷ୍ମୀଧର।ପୁଅ ପାଇଁ ମା ଆଖିରୁ ସୁଖୁନି ଲୁହ ।ପୁଅର ଚିକିତ୍ସା ପାଇଁ ପର ଦୁଆରେ ଭିକ ମାଗୁଥିବା ଦେଖିବାକୁ ମିଳୁଛି।ଓଳିଏ ଖାଇଲେ ଆରଓଳି ଉପବାସ । ସରକାରୀ ସୁବିଧା କହିଲେ କେବଳ ୭୦୦ଟଙ୍କା ସାଙ୍ଗକୁ ୫କେଜି ଚାଉଳ। ଲଷ୍ମୀଧରଙ୍କ ମା ସାବିତ୍ରୀ କହିବା କଥା ଉକ୍ତ ଠିକାଦାର ମୋ ପୁଅକୁ କାମ କରାଇବାକୁ ନେଇ ଚିକିତ୍ସା ନକରାଇ ଘରକୁ ପଠେଇ ଦେଇଛି।ମୋର ସରକାରଙ୍କୁ ନିବେଦନ ତୁରନ୍ତ ଏ ଘଟଣାର ତଦନ୍ତ କରି ଉକ୍ତ ଠିକାଦାର ଉପରେ କାର୍ୟ୍ୟନୁଷ୍ଠାନ ନେବା ସହିତ ମୋ ପୁଅର ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ ।ଅନ୍ୟପଟେ ପୁଅର ଚିକିତ୍ସା ପାଇଁ ଓଡ଼ିଶା ବାସିଙ୍କୁ ହାତଯୋଡି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ