Masthead

ପୁଣି ଚର୍ଚ୍ଚାରେ ରେଖାଙ୍କ ରିଲେସନସିପ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଭାରତୀୟ ସିନେମାରେ ଏଭର ଗ୍ରୀନ ଅଭିନେତ୍ରୀ ହେଉଛନ୍ତି ରେଖା । ଆକ୍ଟିଂ କ୍ୟାରିଅର ଠାରୁ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ଅନେକ କଳାକାରଙ୍କ ସହ ତାଙ୍କ ନାଁ କୁ ନିଆଯାଏ । ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ନେଇ ସବୁ ବେଳେ ଲାଇମଲାଇଟରେ ରହିଆସନ୍ତି । ଏବେ ପୁଣି ଆଉ ଥରେ ଚର୍ଚ୍ଚାକୁ ଆସିଛି ରେଖାଙ୍କ ପର୍ସନାଲ ଲାଇଫ । ତାଙ୍କ ଉପରେ ଲିଖିତ ଜୀବନୀକୁ ନେଇ ଚର୍ଚ୍ଚା ହେଉଛି । ଲେଖକ ୟାସିର ଉସମାନ ‘ରଖା-ଦି ଅନଟୋଲ୍ଡ ଷ୍ଟୋରୀ’ନାମକ ଏକ ପୁସ୍ତକ ଲେଖିଛନ୍ତି । ପାଠକଙ୍କ କହିବା ମୁତାବକ ବହିରେ ଲେଖା ହୋଇଛି ଯେ, ରେଖା ତାଙ୍କ ସେକ୍ରେଟେରୀ ଫରଜାନଙ୍କ ସହ ରିଲେସନସିପରେ ଥିଲେ । ମିଡିଆ ରିପୋର୍ଟସ୍ରେ କୁହାଯାଇଛି ଯେ ଫରଜାନ ରେଖାଙ୍କର ପରଫେକ୍ଟ ପାର୍ଟନର । କେହି କେହି ଫରଜାନଙ୍କୁ ରେଖାଙ୍କ ପ୍ରେମିକ ବୋଲି ମଧ୍ୟ କୁହନ୍ତି । ଏମିତି କି ଯେଉଁଠି ଅନ୍ୟ ଷ୍ଟାଫଙ୍କୁ ରେଖାଙ୍କ ରୁମକୁ ଯିବାର ଅନୁମତି ନାହିଁ, ସେଠି ସେହି ଅଧିକାର ମିଳିଛି ଫରଜାନଙ୍କୁ । ରେଖାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସୁଛି । ଯେଉଁଠି ଲେଖକ ୟାସିର ଉସମାନ ଏହି ଅଭିଯୋଗକୁ ଖାରଜ କରିଛନ୍ତି ।

ସେ କହିଛନ୍ତି, ମୋ ଲିଖିତ ବହି ‘ରେଖା ଦି ଅନଟୋଲ୍ଡ ଷ୍ଟୋରୀ’ରେ ସେ କୌଣସି ପ୍ରକାରର ଲିଭ ଇନ ରିଲେସନସିପ ତଥା ଫିଜିକାଲ ରିଲେସନ ବିଷୟରେ ଲେଖିନାହିିଁ । ସେ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଏସବୁ ମନଗଢା କାହାଣୀ । ତାଙ୍କ ବହି ବିରୋଧରେ ଆଣିଥିବା ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ୟାସିର ଉସମାନ । ତେବେ ଯଦି ରେଖାଙ୍କ ବୈବାହିକ ଜୀବନ ବିଷୟରେ ଆଲୋଚନା କରାଯାଏ ତେବେ ୧୯୯୦ ମସିହାରେ ଦିଲ୍ଲୀର ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କ ହାତ ଧରିଥିଲେ ରେଖା । କିନ୍ତୁ ବେଶୀ ଦିନ ତିଷ୍ଠି ନଥିଲା ଏହି ଦାମ୍ପତ୍ତ୍ୟ ଜୀବନ । ବିବାହର ମାତ୍ର ୭ ମାସ ପରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବିଚ୍ଛେଦ । କିନ୍ତୁ ବିବାହ ନୁହେଁ, ବଲିଉଡର ମହାନାୟକ ସୁପରଷ୍ଟାର ଅଭିତାଭ ବଚ୍ଚନଙ୍କ ପାଇଁ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସନ୍ତି । ବର୍ତ୍ତମାନ ଲେଖକ ୟାସିର ଉସମାନଙ୍କ ଦ୍ୱାରା ଲିଖିତ ବହି ‘ରେଖା ଦି ଅନଟୋଲ୍ଡ ଷ୍ଟୋରୀ’କୁ ନେଇ ବିବାଦ ସାମ୍ନାକୁ ଆସିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ