Before Header

‘ ରାହୁଲଙ୍କ ଅପୂରଣୀୟ କ୍ଷତି ହୋଇଛି’

0 66

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ । ଆଜି ସୁରଟ ସେସନ୍ସ କୋର୍ଟରେ ହୋଇଛି ପରବର୍ତ୍ତୀ ଶୁଣାଣି । ୨୦୧୯ ମସିହାରେ ରାହୁଲ୍‌ ଦେଇଥିବା ମୋଦି ସାଙ୍ଗିଆ ମନ୍ତବ୍ୟ ମାମଲାରେ ସୁରତ ଜିଲ୍ଲା ଅଦାଲତ ତାଙ୍କୁ ୨ ବର୍ଷ ଜେଲ୍‌ ଓ ୧୫୦୦୦ ଟଙ୍କା ଜରିମାନା କରିଥିଲେ। ଦୋଷୀ ସାବ୍ୟସ୍ତ ହେବାରୁ ରାହୁଲ୍‌ ସାଂସଦ ପଦ ମଧ୍ୟ ହରାଇଛନ୍ତି।

ଆଜି ବିଚାରପତି ରବିନ୍‌ ମୋଗେରା ରାହୁଲ୍‌ ଗାନ୍ଧିଙ୍କ ଆବେଦନ ଶୁଣାଣି କରୁଥିବା ବେଳେ ବରିଷ୍ଠ ଆଡ୍‌ଭୋକେଟ୍‌ ଆର୍‌. ଏସ୍‌. ଚୀମା ରାହୁଲ୍‌ଙ୍କର ପ୍ରତିନିଧିତ୍ୱ କରିଥିଲେ । ଅଦାଲତରେ ମାମଲା ଉପସ୍ଥାପନ କରି ଆଡ୍‌ଭୋକେଟ୍‌ ଚୀମା କହିଲେ, ଏଥିଯୋଗୁଁ ରାହୁଲଙ୍କ ଅପୂରଣୀୟ କ୍ଷତି ହୋଇଛି। ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ କରାଯିବାରୁ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ହରାଇଲେ। ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେଲେ।

Leave A Reply

Your email address will not be published.