Masthead

ଆପଣଙ୍କ ସାହାଯ୍ୟ ଦିଲ୍ଲୀପଙ୍କୁ ଦେବ ନୂଆ ଜୀବନ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କିଛିଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ଭୁବନେଶ୍ବରର ୪୭ ବର୍ଷୀୟ ଦିଲ୍ଲୀପ ଦାସ । କରୋନାରୁ ସୁସ୍ଥ ହେବାର ୫ଦିନ ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସାଙ୍ଘାତିକ ଭାବେ ବିଗିଡିଥିଲା । ନିଶ୍ଵାସ ପ୍ରଶ୍ବାସ ନେବାରେ ତାଙ୍କର ଅସୁବିଧା ହୋଇଥିଲା । ପରିବାର ଲୋକେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ଚିକିତ୍ସା ପାଇଁ ତାଙ୍କୁ ବାହାରକୁ ନେବାକୁ ହେବ । ହେଲେ ଦିଲ୍ଲୀପଙ୍କ ପରିବାର ପାଖରେ ଅର୍ଥ ନାହିଁ । ଏପଟେ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରେ ଲାଗିଛି ।

ତାଙ୍କ ସାନଭାଇଙ୍କ କହିବାନୁସାରେ, ଦିଲ୍ଲୀପ ଭୁବନେଶ୍ଵରସ୍ଥିତ ଭକ୍ତମଧୁନଗର ତାଳବଣିଆ, ଲେନ-୬ ରେ ରୁହନ୍ତି । ସାଙ୍ଗରେ ରୁହନ୍ତି କୁନିକୁନି ଦୁଇପୁଅ ଏବଂ ସ୍ତ୍ରୀ । ପରିବାର ଚଳାଇବାର ସବୁ ଦାୟିତ୍ବ ଦିଲ୍ଲୀପଙ୍କ ସ୍ବଳ୍ପ ରୋଜଗାର ଉପରେ । କିଛିଦିନ ପୂର୍ବରୁ ଦିଲ୍ଲୀପ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ତେବେ କୋଭିଡରୁ ସୁସ୍ଥ ହେଲାପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ । ବର୍ତ୍ତମାନ ତାଙ୍କ ଜୀବନ ପାଇଁ ଲୋଡା ପଡୁଛି ଉନ୍ନତ ଚିକିତ୍ସା । କିନ୍ତୁ ଅର୍ଥ ସଂକଟ ଯୋଗୁଁ ତାହା ଉପଲବ୍ଧ ହୋଇପାରୁନି । ହସ୍ପିଟାଲ ବେଡରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି । ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପରିବାର ପାଖରେ ସମ୍ବଳ ନାହିଁ । ତାଙ୍କୁ ଯଦି କେହି ସହୃଦୟବାନ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବର- 62017839366
IFSC code -SBIN 0020725 । ଏହା ସହ ଫୋନ୍ ପେ ନମ୍ବର 7377354460 ନମ୍ବରରେ ସାହାଯ୍ୟ ପଠାଇପାରିବେ । ଆପଣଙ୍କ ସାହାଯ୍ୟ ଦିଲ୍ଲୀପଙ୍କୁ ନୂଆ ଜୀବନ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ