![](https://i0.wp.com/badakhabar.in/wp-content/uploads/2023/07/made-in.jpg?fit=1200%2C800&ssl=1)
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୧୯ରେ ମୁକ୍ତିଲାଭ କରିଥିବା ୱେବ ସିରିଜ ‘ମେଡ୍ ଇନ୍ ହେଭେନ୍’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ୱେବ ସିରିଜଟି ସୁପରହିଟ୍ ହୋଇଥିଲା । ସେବେଠାରୁ ଫ୍ୟାନ୍ସମାନେ ଏହାର ଦ୍ୱିତୀୟ ସିଜିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଦୀର୍ଘ ସମୟ ଅପେକ୍ଷା ପରେ ଶୋ’ର ଦ୍ୱିତୀୟ ଭାଗର ରିଲିଜ ତାରିଖ ଘୋଷଣା କରିଦିଆଯାଇଛି ।
ସିରିଜ ‘ମେଡ୍ ଇନ୍ ହେଭେନ-୨’ ପ୍ରାଇମ୍ ଭିଡିଓରେ ଅଗଷ୍ଟ ୧୦ରେ ମୁକ୍ତିଲାଭ କରିବ। ବର୍ତ୍ତମାନ ମୃନାଲ ଠାକୁର ଏବଂ ରାଧିକା ଆପ୍ଟେଙ୍କ ନୂଆ ଲୁକ ରିଲିଜ ହୋଇଛି । ଏହି ଦୁଇଜଣଙ୍କ ବ୍ୟତୀତ ଜୈନ ଖାନ, ଏଲ୍ନାଜ ନରୋଜି, ନୈନା ସରିନ, ସାରା ଜେନ ଡିଆସ ଏବଂ ଶିବାନୀ ଅଖତରଙ୍କ ସହ ଅନ୍ୟ ଅଭିନେତ୍ରୀମାନେ ମଧ୍ୟ ଦମଦାର ଆକ୍ଟିଙ୍ଗ କରୁଥିବାର ନଜର ଆସିବେ ।