Masthead

ବ୍ଲକବଷ୍ଟର ମୁଭି ‘ସୈୟାରା’

କ’ଣ ଆଶିକୀ ୨ର ରେର୍କଡ଼ ଭାଙ୍ଗିବ ସୈୟାରା?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲିଉଡ୍କୁ  ରିଟର୍ଣ୍ଣ କଲେ ମୋହିତ ସୁରୀ । ‘ଆଶିକୀ ୨’ ଏବଂ ‘ଏକ ଭିଲେନ’ ଭଳି ସୁପରହିଟ୍ ପ୍ରେମ କାହାଣୀ ଦେଇଥିବା ମୋହିତ ସୁରୀ ଏଥର ଏକ ନୂଆ ପ୍ରେମ କାହାଣୀ ନେଇ ଫେରିଛନ୍ତି । ଦର୍ଶକମାନଙ୍କର ଏତେ ଦିନର ଅପେକ୍ଷାର ଅନ୍ତ ଘଟିଛି । ମୋହିତ ସୁରୀଙ୍କ ଚଳଚ୍ଚିତ୍ର ‘ସୈୟାରା’ଆଜି ସିନେମା ହଲ୍ରେ ମୁକ୍ତିଲାଭ ହୋଇଛି ।

ଅଭିନେତା ଅହାନ ପାଣ୍ଡେ ଓ ତାଙ୍କ ସହିତ ଆଉ ଏକ ନୂତନ ଚେହେରା ଅନୀତ ପଡ୍ଡାଙ୍କୁ ଦର୍ଶକମାନେ ଏହି ସିନେମାରେ ଦେଖିବାକୁ ପାଇଛନ୍ତି । ସୈୟାରା ସିନେମା ସମ୍ପୂର୍ଣ୍ଣ ରୂପେ ଏକ ପ୍ରେମ, ହୃଦୟ ବିଦାରକ ଷ୍ଟୋରୀ । ଯାହା ଯୁବପିଢ଼ୀଙ୍କ ମନକୁ ବେଶ ଛୁଇଁବ । ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଗୀତ ମାଧ୍ୟମରେ ତାଙ୍କର ଅନସ୍କ୍ରିନ କେମେଷ୍ଟ୍ରି ଦର୍ଶକମାନଙ୍କ ମନରେ ଚହଳ ସୃଷ୍ଟି କରିସାରିଛି । ଫିଲ୍ମର ଟାଇଟେଲ୍ ଟ୍ରାକ୍ ଷ୍ଟ୍ରିମିଂ ଚାର୍ଟରେ ଚଢିଛି । ଏହି ସିନେମାର ଆଗୁଆ ୯୦ହଜାର ଟିକେଟ୍ ବୁକିଂ ହୋଇସାରିଥିଲା । ଶୁକ୍ରବାର ଅପରାହ୍ନ ସୁଦ୍ଧା ‘ସୈୟାରା’ ସିନେମା ୧୦ କୋଟି ଟଙ୍କା ଅତିକ୍ରମ କରିଛି । ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ କାଫି ପସନ୍ଦ କରିଛନ୍ତି ।

ସୋସିଆଲ ମିଡ଼୍ଆରେ ଜଣେ ଦର୍ଶକ ଲେଖିଛନ୍ତି, ଏହି ଫିଲ୍ମ ମୋତେ କନ୍ଦାଇ ଦେଇଛି । ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବା ଶିଖାଇଦେଇଛି । ସିନେମା ହଲରୁ ଆଉ ଜଣେ ଦର୍ଶକଙ୍କ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଅନେକ ଦର୍ଶକ ଫିଲ୍ମଟିକୁ ସାଢ଼େ ଚାରି ଷ୍ଟାର୍ ଯୋଗ୍ୟ ବୋଲି କହୁଛନ୍ତି । ସୋସିଆଲ ମିଡ଼ିଆରେ ସିନେମାର ଟ୍ରେଲର୍ ଦେଖି ଦର୍ଶକ ମାନେ କମେଣ୍ଟ କରିଥିଲେ ଏହି ସିନେମା ‘ଆଶିକୀ ୩’ ର ସ୍ଥାନ ପାଇବା କଥା । ମୋହିତ ସୁରୀଙ୍କର ଏହି ସିନେମା ଆଗକୁ ‘ଆଶିକୀ ୨’ ଭଳି ଦର୍ଶକମାନଙ୍କ ମନରେ ଗମ୍ଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଏବଂ ଦୃଢ଼ ବକ୍ସ ଅଫିସରେ ଡେବ୍ୟୁ କରିବ ବୋଲି ଆଶା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ