Masthead

ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ସିବିଆଇ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଢୁଛି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ । ଯାହାକି ଥମିବାରେ ନା ନଉନି । ଆଜି ନାଗପୁର ସ୍ଥିତ ତାଙ୍କ ଘରେ ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି । ଏହା ସହ ତାଙ୍କ ପୁଅ ସଲିଲ ଦେଶମୁଖଙ୍କୃୁ ମଧ୍ୟ ପୋଲିସ ଗିରଫ ୱାରେଣ୍ଟି ଜାରି କରିଛି । ଆଜି ସକାଳେ ହିଁ ତାଙ୍କ ଘରେ ସିବିଆଇ ଚଢାଉ କରିଥିଲା । ନାଗପୁରସ୍ଥିତ ଅନୀଲ ଦେଶମୁଖଙ୍କ ଘରେ ୬ରୁ ୭ ଜଣ ସିବିଆଇ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି ।

ପୂର୍ବରୁ ମଧ୍ୟ ସିବିଆଇ ଅନୀଲ ଦେଶମୁଖଙ୍କ ପୈତୃକ ଘରେ ପହଞ୍ଚିଥିଲା । କିନ୍ତୁ ସେଠି ମଧ୍ୟ ଅନୀଲ ଦେଶମୁଖଙ୍କ କୌଣସି ଖୋଜଖବର ନଥିଲା । ସେ ପୂର୍ବରୁ ମନି ଲଣ୍ଡ୍ରିଂ ମାମଲା ଏବଂ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ମାମଲାରେ ଇଡି ସିବିଆଇ ଯାଞ୍ଚ ଜାରି ରଖିଛି । ଗତ ସପ୍ତାହରେ ମୁମ୍ବାଇର ମେଟ୍ରୋପଲିଟାନ କୋର୍ଟ ଅନୀଲ ଦେଶମୁଖଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ନୋଟିସ ଜାରି କରି ୧୬ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଡି ତରଫରୁ କୁହାଯାଇଥିଲ ଯେ , ଅନୀଲ ଦେଶମୁଖଙ୍କୁ ୪ଟି ପୃଥକ ପୃଥକ ଦିନରେ ଡକାଯାଇଥିଲା । କିନ୍ତୁ ଦେଶମୁଖ ଏହାକୁ ଏଡାଇ ଦେଇ ଇଡିରେ ହାଜର ହୋଇନଥିଲେ । ତେଣୁ ଆଜି ଅନୀଲ ଦେଶମୁଖଙ୍କ ବିରୋଧରେ ୱାରେଣ୍ଟ ନେଇ ସିବିଆଇ ଟିମ ତାଙ୍କ ଘରେ ପହଞ୍ଚିଥିଲା । ସୂଚନା ଅନୁଯାୟୀ ପୂର୍ବରୁ ଅନୀଲ ଦେଶମୁୁଖ ମହାରାଷ୍ଟ୍ରରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ମମାଲାରେ ଫସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ