Masthead

ଅବହେଳିତ ଗାନ୍ଧୀ ପୀଠ

ଆଜି ଗାନ୍ଧୀଜୟନ୍ତୀ ,ବାପୁ ଜୀଙ୍କ ମଞ୍ଜୁରୀ ଗାଁ ସ୍ମୃତି ପୀଠ ହେବ କେବେ । ୧୯୩୪ମସିହା ମେ ୫ତାରିଖରୁ ଆଜି ଯାଏ ଦୀର୍ଘ ୮୬ ବର୍ଷ ବିତି ଯାଇ ଥିଲେ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି ଏହି ଗାନ୍ଧୀସ୍ମୁତି ପୀଠ ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତଗତ ରଞ୍ଜିତ ପଞ୍ଚାୟତ ମଞ୍ଜୁରୀ ଗାଁ । ନା,ଟି ଅଖ୍ୟାତ ହୋଇଥିଲେ ମଧ୍ୟ ଭାରତ ସ୍ୱାଧୀନତା ଇତିହାସରେ ଓଡ଼ିଶାର ଯଦି କେତୋଟି ସ୍ମୁତି ଚି଼ହ୍ନ ରହିଛି ତାହା ମଧରୁ ଗୋଟିଏ । ୧୯୩୪ ମସିହା ରେ ହରିଜନ ପଦଯାତ୍ରା ରେ ଗାନ୍ଧୀ ଆସିଥିବା ବେଳେ ରାତ୍ରି ଜାପନ କରିଥିଲେ ଏହି ମଞ୍ଜୁରୀ ଗ୍ରାମ ରେ ।
ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସେବେଠୁ ଏହି ଗ୍ରାମ ର ମହତ ଯଥେଷ୍ଟ ରହିଛି ।କିନ୍ତୁ ଏହି ପୀଠ ଆଜି ଅବହେଳିତ ଅବସ୍ଥା ରେ ରହିଛି ।

ସନ୍ତକ ସୁରୂପ ଗାନ୍ଧୀ ରହିଥିବା ଚାଳ ଛପର ଘର ଖଣ୍ଡେ ଅଛି ସତ । କିନ୍ତୁ ନାମକୁ ମାତ୍ର ଅସୁରକ୍ଷିତ ହୋଇ ରହିଛି ବାପୁଙ୍କର ଏକ ଛୋଟ ଫୋଟଟି। କିନ୍ତୁ ଏହି ଐତିହାସିକ ସ୍ମୁତି ସ୍ଥଳ ପ୍ରତି କାହଁକି ଯେ ପ୍ରଶାସନ ଆଖି ବୁଜିଦେଇଛି ତାହା ଭାବିଲେ ଚକିତ ଲାଗେ । ଜରାଜୀର୍ଣ୍ଣ ହୋଇ ପଡି ରହିଛି ବାପୁଙ୍କର ଏକ ଛୋଟ ମୂର୍ତ୍ତିଟିଏ । ଗାନ୍ଧୀଜୟନ୍ତୀ ରେ କେବେ କେମିତି କାହାର ମନେ ପଡିଲେ ଯାଇ ଗେଣ୍ଡୁ ମାଳାଟିଏ ଦେଇ କାମ ସାରିଦିଅନ୍ତି । ତେବେ ଏହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୁଷ୍ଟ । ତୁରନ୍ତ ଏହାକୁ ଏକ ସ୍ମାରକୀପୀଠ ଭାବେ ଘୋଷଣା କରିବା ସହିତ ଏକ ବଡ ମୂର୍ତ୍ତି ସ୍ଥାପନା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା