ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ମା’ଙ୍କ ମହାନବମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ । ସେପଟେ ଶକ୍ତିପୀଠରେ ବିଜୟା ଦଶମୀ ପୂଜା ଚାଲିଥିବାବେଳେ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ମହାନବମୀ ପୂଜା । ହୋମ, ଯଜ୍ଞ ଏବଂ ଚଣ୍ଡୀପାଠରେ କମ୍ପୁଛି ପରିବେଶ । ମା’ଙ୍କ ଆରଧନା କରିବାକୁ ପୂଜା ମଣ୍ଡପରେ ଲାଗି ରହିଛି ଭକ୍ତଙ୍କ ଭିଡ । ପୂଜା ପାଇଁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି । ମୃଣ୍ମୟୀ ମୂର୍ତ୍ତି, ତୋରଣ ଓ ସାଜସଜ୍ଜା ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି ।

ନିଜ ନିଜର ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ । ସମସ୍ତ ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷାର ଆୟୋଜନ କରାଯାଇଥିବା ବେଳେ ସର୍ବତ୍ର ପୋଲିସ ମୁତୟନ ରହିଛନ୍ତି । ପୂଜାରେ ଯେମିତି କୌଣସି ବାଧା ସୃଷ୍ଟି ନହେଉ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପ ବୁଲି ସେଠାରେ ହେଉଥିବା ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆନନ୍ଦ ନେଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’