Before Header

ଜଗିବେ ୩୫ ପ୍ଲାଟୁନ ପୋଲିସ

0 97

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ବାଲେଶ୍ୱର ଉପନିର୍ବାଚନ । ୩ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନକୁ ଆଖିଆଗରେ ରଖି ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ଓଡ଼ିଶା ପୋଲିସ ଡିଜି ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଶେଷ କରି କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ବୁଥ ସଂଖ୍ୟାକୁ ଆଶାତୀତ ବୃଦ୍ଧି କରାଯାଇଛି । ସେହିପରି ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଡିଜିପି କହିଛନ୍ତି । ମୋଟ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ସିଏପିଏଫର ୯ ପ୍ଲାଟୁନ ଓ ଓଏସପିର ୨୬ ପ୍ଲାଟୁନ । ଏହା ସହ ଅତିରିକ୍ତ ଏସପି ୫ ଜଣ, ଡ଼ିଏସପି ୮ ଜଣ, ଇନ୍ସପେକ୍ଟର ୨୨ ଜଣ, ଏସଆଇ, ଏଏସଆଇ ୧୫୨ ଜଣ, ୩୫୨ ଜଣ, କନେଷ୍ଟବଳ, ହାବିଲଦାର, ୩୫୯ ଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।

ସମଗ୍ର ନିର୍ବାଚନ ମଣ୍ଡଳୀକୁ ୧୦ ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟରରେ ଜଣେ ଲେଖାଏଁ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ବୁଥଗୁଡିକରେ ଶାନ୍ତି ଶୃଙ୍ଖଳାକୁ ଅଧିକ ଗୁରୁତ୍ତ୍ୱ ଦିଆଯାଉଥିବା ଡିଜିପି କହିଛନ୍ତି । କୋଭିଡ ନିୟମକୁ ଅଧିକ ପ୍ରାଧାନ୍ୟ ଦେବା ସହ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.