Masthead

ଗାନ୍ଧୀ ଜୟନ୍ତୀ ରେ ଆସୁଛି ” ଖାଲି ପିଲି ”

ମୁମ୍ବାଇ : ଗତ ଜୁନ ମାସରେ ରିଲିଜି ଅପେକ୍ଷା ରେ ଥିବା ଇଶାନ୍‌ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ଖାଲି ପିଲି’ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରେ ଜି- ପ୍ଲେକ୍ସରେ ରିଲିଜ୍‌ ହେବ । ଫିଲ୍ମର ଏକ ପୋଷ୍ଟରକୁ ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ସେୟାର କରି ଇଶାନ୍‌ ଏହି ସୂଚନା ଦେଇଛନ୍ତି । ପୋଷ୍ଟରରେ ଅନନ୍ୟାଙ୍କୁ ଏକ ଟ୍ୟାକ୍ସିର ବନେଟ୍‌ ଉପରେ ବସିଥିବା ଦେଖାଯାଉଛି । ଇଶାନ୍‌ ତାର ଡ୍ରାଇଭର ସିଟ୍‌ରେ ବସିଛନ୍ତି । ଟ୍ୟାକ୍ସି ଉପରେ ଗହଣା ଓ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍‌ ରଖାଯାଇଛି । ସେମାନଙ୍କ କାହାଣୀ ଆଗକୁ କେଉଁ ମୋଡ଼ ନେଉଛି ତାହା ଜାଣିବାକୁ ଫିଲ୍ମଟି ଦେଖିବାକୁ ଇଶାନ୍‌ ଅନୁରୋଧ କରିଛନ୍ତି ।ମକବୁଲ ଖାନ୍‌ ଏହାର ନିର୍ଦ୍ଦେଶନାରେ ଅଛନ୍ତି। ହିମାଂଶୁ ମେହରା ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଇଶାନ୍‌ ଏବଂ ଅନନ୍ୟାଙ୍କ ବ୍ୟତୀତ ଏଥିରେ ଜୟଦୀପ ଅହଲାୱତ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ | ଫିଲ୍ମଟି ଜୁନ୍‌ ମାସରେ ରିଲିଜ୍‌ ହେବାର ଥିଲା । ତେବେ କରୋନା କାରଣରୁ ତାହା ସମ୍ଭବପର ହୋଇନଥି| ଏବେ କରୋନା ମହାମାରୀ ପାଇଁ ସବୁ ସିନେମା ହଲ ବନ୍ଦ ଥିବାରୁ ପ୍ରଯଜନା ସଂସ୍ଥା ଓଟଟି ପ୍ଲାଟଫର୍ମ କୁ ଆଦରି ନେଉଛନ୍ତି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ