Masthead

ରାସ୍ତା କାମରେ ମହାଦୁର୍ନୀତି, ୫ ଦିନରେ ଉଠିଲାଣି ପିଚୁ

ସୋର (ବଡ଼ ଖବର ବ୍ୟୁରୋ):ରାସ୍ତା କାମରେ ମହାଦୁର୍ନୀତି । ପାଞ୍ଚ ଦିନ ହେବ ତିଆରି ହୋଇଛି ରାସ୍ତା । କିନ୍ତୁ ରାସ୍ତାରୁ ଉଠଯାଉଛିି ପିଚୁ । ଗାଡ଼ି ଯିବାତ ଦୂରର କଥା ଝାଡ଼ୁ ମାରିଲେ ପିଚୁ ଝଡ଼ୁଛି । ଏଭଳି ଘଟଣାଟ ଦେଖିବାକୁ ମିଳିଛି ସୋର ଓ ଖଇରା ବ୍ଲକ ତୁରିଗଡ଼ିଆରୁ ଗଂଢୁଆ ଭାୟା ରଫାୟତପୁର ରାସ୍ତାର । ସୋରରୁ ଖଇରା ବ୍ଲକର କିଛି ଗ୍ରାମକୁ ସଂଯୋଗ ହୋଇଛି ଏହି ରାସ୍ତା ।

୨୦୧୬ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ହୋଇଥିଲା । ବର୍ତ୍ତମାନ ଏହି ରାସ୍ତାକୁ ମରାମତି କରାଯିବାକୁ ଆସିଥିବା ଅର୍ଥ ଓ କାମର କୌଣସି ସୂଚନା ଫଳକ ନଥାଇ ଗତ ୫ ଦିନ ତଳେ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା। କିନ୍ତୁ କାମରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତାକାମ ନିମ୍ନମାନର ହେଉଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ । ଯାହାକୁ ନେଇ ପ୍ରତିବାଦ ମଧ୍ୟ କରିଥିଲେ । କିନ୍ତୁ ଠିକାଦାର ଏପରି କାମ ହୁଏ ବୋଲି ଗ୍ରାମବାସୀଙ୍କୁ କହି କାମ କରି ଚାଲିଯାଇଥିଲେ । ମାତ୍ର କାମ ସରିବାକୁ ୫ ଦିନ ନପୁରୁଣୁ ରାସ୍ତାରୁ ପିଚୁ ଉଠିବାକୁ ଲାଗିଲାଣି। ଗାଡି ଯିବା କ୍ଷଣି ପିଚୁ ରାସ୍ତାରୁ ଛିଟୁକୁ ଥିବା ବେଳେ ପାଦରେ ଦାବିଦେଲେ ଏବଂ ଝାଡୁ ମାରିଦେଲେ ପିଚୁ ଝଡିଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ୭/୮ ଖଣ୍ଡ ଗାଁର ଲୋକେ ପ୍ରତିବାଦ ଜଣାଇବା ସହିତ ତୁରନ୍ତ ସମାଧାନ କରିବା ପାଇଁ ଚେତାବନୀ ହେଇଛନ୍ତି । ଯଦି ତୁରନ୍ତ ଏହାର ସମାଧାନ ନକରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହିତ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି