Masthead

‘ସିଆୟା’ ଦେଲା ୪ ଶାବକ ଜନ୍ମ

ଭୋପାଳ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ିଲା ଚିତା ବାଘ ସଂଖ୍ୟା । ସିଆୟା ଦେଲା ୪ ଶାବକ ଜନ୍ମ । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ଆସିଛି ଖୁସି ଖବର । ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ ଚାରି ଛୋଟ ଅତିଥି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚିତା ସଂରକ୍ଷଣ ପ୍ରକଳ୍ପରେ ଜଡିତ ଅଧିକାରୀମାନେ କହିଛନ୍ତି କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାମାନେ ସେମାନଙ୍କର ନୂତନ ପରିବେଶ ସହିତ ଭଲ ଭାବରେ ଖାପ ଖାଉଛନ୍ତି। ଭାରତର ବନ୍ୟଜନ୍ତୁ ଜନସଂଖ୍ୟାରେ ଚିତା ସଂଖ୍ୟାକୁ ବୃଦ୍ଧି କରାଇବା ପାଇଁ ଏହି ପାର୍କ ଏକ ଉପଯୁକ୍ତ ବାସସ୍ଥାନ ଭାବରେ ଉପଯୋଗୀ ହୋଇପାରିଛି।

ଗତବର୍ଷ ସେପ୍ଟେମ୍ବର ୧୭ରେ ଚିତା ପ୍ରୋଜେକ୍ଟ ଜରିଆରେ ୮ଟି ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ୫ଟି ମାଈ ଓ ୩ଟି ଅଣ୍ଡିରା । ପାର୍କର ପ୍ରିନିସିପାଲ ଚିଫ କଞ୍ଜରଭେଟର ଜେ.ଏସ. ଚୌହ୍ବାନ କହିଛନ୍ତି ୮ଟି ଚିତା ମଧ୍ୟରୁ ଜଣକର ମୃତ୍ୟୁ ହେବା ପରେ ରହିଥିବା ଅନ୍ୟ ୭ଟି ଚିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତମାସରେ ଦ୍ବିତୀୟ ପର୍ୟ୍ୟାୟରେ ସାଉଥ ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ଟି ଚିତା ଠିକଠାକ୍ ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା