Masthead

ନୋବିତା -ସିଜୁକାର ବାହାଘର

‘ଡୋରେମନ’ ଭାରତର ସବୁଠୁ ଲୋକପ୍ରିୟ କାର୍ଟୁନ୍‌ ସୋ । ଯାହାକୁ ଛୋଟପିଲାମାନେ ଦେଖିବା ପାଇଁ ବହୁତ ଭଲପାଆନ୍ତି । କାର୍ଟୁନ ସୋ ଗୁଡ଼ିକ ମଧ୍ୟରେ ଏହା ଟ୍ରେଣ୍ଡିଂରେ ରହିଥାଏ ।  ଡୋରେମନ୍‌, ନୋବିତା‌, ସିଜୁକା, ଜିଆନ୍‌ ଓ ସୁନିଓ ଏହି କାର୍ଟୁନ ସୋ ର ଲିଡ଼ କ୍ୟାରେକ୍ଟର ଅଛନ୍ତି । ସିରିୟଲରେ ପିଲାମାନେ ଯେତିକି ଡୋରେମନକୁ ପସନ୍ଦ କରିଥାନ୍ତି, ସେତିକି ନୋବିତା ଓ ତା ସାଙ୍ଗ ସିଜୁକା, ଜିଆନ୍‌ ଓ ସୁନିଓକୁ ମଧ୍ୟ ଭଲ ପାଆନ୍ତି। ନୋବିତା ସବୁବେଳେ ସିଜୁକାକୁ ଇମ୍ପ୍ରେସ୍‌ କରିବାକୁ ଚେଷ୍ଟା କରୁଥାଏ। ଅନେକ ଥର ସେମାନଙ୍କ ମଧ୍ୟରେ ଝଗଡ଼ା ବି ହୁଏ। କିନ୍ତୁ ଡୋରେମନ, ସିଜୁକା ଓ ନୋବିତା ସବୁବେଳେ ସାଙ୍ଗ ହୋଇ ରହିଥାନ୍ତି। କିନ୍ତୁ ଏବେ କାହାଣୀକୁ ଆଗକୁ ବଢ଼ାଇବା ପାଇଁ ମେକର୍ସମାନେ ଭାବିଛନ୍ତି । ଖୁବଶୀଘ୍ର ଡୋରେମନର ଆଗାମୀ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଯେଉଁଥିରେ ନୋବିତା ଓ ସିଜୁକା ପରସ୍ପରକୁ ବିବାହ କରିବେ ।

୨୦୧୪ରେ ରିଲିଜ ହୋଇଥିବା ଫିଲ୍ମର ଏହା ସିକ୍ୱେଲ। ଏହି ଫିଲ୍ମର ନାଁ ରହିଛି ‘stand by me doreman part-2’ । ପ୍ରଥମ ପାର୍ଟରେ ନୋବିତା ଓ ଡୋରେମନ୍‌ର ପ୍ରଥମ ସାକ୍ଷାତ ଓ ତାଙ୍କ ଆଡଭେଞ୍ଚର ବିଷୟରେ ଥିବା ବେଳେ ଦ୍ୱିତୀୟ ପାର୍ଟରେ ନୋବିତା ଓ ସିଜୁକାଙ୍କ ବିବାହ ଦେଖିବାକୁ ମିଳିବ। ଜାପାନରେ ଏହି ଫିଲ୍ମ ନଭେମ୍ବର ୨୦୨୦ରେ ରିଲିଜ ହୋଇସାରିଛି। ଫେବ୍ରୁଆରୀ ୨୦୨୧ରେ ଏହାକୁ ଇଣ୍ଡୋନେସିଆରେ ରିଲିଜ୍‌ କରାଯିବ। ସିବିଆଇ ପିକଚର୍ସ ତରଫରୁ ଏନେଇ ଟ୍ଵିଟରରେ ସୂଚନା ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ନୋବିତା ଓ ସିଜୁକାଙ୍କ ବିବାହ ଟ୍ରେଣ୍ଡ ହେଉଛି। ଏହି କାର୍ଟୁନ୍‌ ଚରିତ୍ରକୁ ପସନ୍ଦ କରୁଥିବା କୋଟି କୋଟି ଫ୍ୟାନ ସୋସିଆଲ ମିଡିଆରେ ଟ୍ଵିଟ୍‌ କରି ନିଜ ଇମୋସନ୍‌ ସେୟାର କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା