Masthead

ଚିକିତ୍ସା ସହାୟତା ପାଇଁ ଅପେକ୍ଷା ।

ଭଦ୍ରକ: ଅଜଣା ରୋଗରେ ଆକ୍ରାନ୍ତ ଭାଗିରଥି

ଭଦ୍ରକ: ଅଜଣା ରୋଗରେ ଆକ୍ରାନ୍ତ ଭାଗିରଥି ଜେନା. ବଞ୍ଚିବାକୁ ଆକୁଳ ନିବେଦନ। ମୂଲ ମଜୁରୀ ଲାଗି ଯାହା ଦୁଇ ପଇସା ଆଣୁଥିଲେ ସେଥିରେ ଦୁଃଖ କଷ୍ଟେ ଚଳି ଯାଉଥିଲା ତେଲ ଲୁଣର ସଂସାର. କିନ୍ତ ଦଇବ ସହିଲାନି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ । ଚିକିତ୍ସା ପାଇଁ ଏବେ ସରକାରୀ ସହାୟତାକୁ ଅପେକ୍ଷା ।
ସୂଚନା ଯୋଗ୍ୟ ଭଦ୍ରକ ଜିଲ୍ଲା କୋଡ଼ବରୁଆଁ ଗ୍ରାମ ପଞ୍ଚାୟତ କୋଡ଼ଗମ୍ଭୀର ଗାଁରେ ଭାଗିରଥି ଜେନା । ପାଞ୍ଚ ଝିଅ ଏବଂ ଦୁଇ ପୁଅ କୁ ନେଇ ଛୋଟ ସଂସାର । ଦୀର୍ଘ ସାତ ବର୍ଷ ହେବ ଅଜଣା ରୋଗ ରେ ପୀଡିତ । ଅର୍ଥ ଅଭାବରୁ ଠିକରେ ଚିକିତ୍ସା ହୋଇପାରୁନାହାନ୍ତି । ମୂଲ ମଜୁରୀ ଲାଗି ଯାହା ଦୁଇ ପଇସା ରଖିଥିଲେ ସବୁ ଔଷଧ ବାବଦରେ ଖର୍ଚ୍ଚ ହୋଇସାରିଲାଣି । ଗତ ଦୁଇ ମାସ ହେବ ଦେହ ସାରା ଘା ହୋଇ ଗୋଟିଏ ଜାଗା ରେ ପଡି ରହିଛନ୍ତି ଜିଲ୍ଲାର ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।
କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଭାଗିରଥି. ଗ୍ରାମବାସୀ ଓ ପରିବାର ଲୋକଙ୍କ ନିବେଦନ ଯଥା ଶୀଘ୍ର ତାଙ୍କୁ ବଡ ମେଡିକାଲ ନେଇ ଚିକତ୍ସା କରାଯାଉ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅନୁରୋଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍