ପ୍ରଯୋଜକ ହେଲେ ବିଦ୍ୟୁତ୍

ମୁମ୍ବାଇ(ବଡ ଖବର ବ୍ୟୁରୋ): ବଲିଉଡର ଚର୍ଚ୍ଚିତ ଅଭିନେତା ବିଦ୍ୟୁତ ଜାମୱାଲ ଖୁବ ଜଲଦି ଚଳଚିତ୍ର ପ୍ରଯୋଜନା କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଟ୍ୱିଟର ମାଧ୍ୟମରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ ଦେଇଛନ୍ତି । ବିଦ୍ୟୁତ୍ ୨୦୧୧ରେ ଆକ୍ସନ ଫିଲ୍ମ ‘ଫୋର୍ସ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏବେ ସେ ବଲିଉଡରେ ୧୦ବର୍ଷ ପୂରଣ କରିସାରିଛନ୍ତି । ଯାହାକୁ ନେଇ ସେ ବେସ୍ ଖୁସିଥିବା କହଛନ୍ତି । ଫିଲ୍ମ ଜଗତରେ ତାଙ୍କର ୧୦ ବର୍ଷ ପୂରଣ ଅବସରରେ ସେ ଫ୍ୟାନ୍ସଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି ।

ତାହା ହେଉଛି ସେ ଆଗକୁ ପ୍ରେଯାଜକ ଭାବରେ ନଜର ଆସିବେ । ନିକଟରେ ସେ ତାଙ୍କର ପ୍ରଡକ୍ସନ ହାଉସ ଆରମ୍ଭ କରିଛନ୍ତି । ସେ ଗତ ୧୯ ତାରିଖରେ ନିଜର ପ୍ରଡକ୍ସନ ହାଉସ ଆକ୍ସନ ହିରୋ ଫିଲ୍ମସ ଲଞ୍ଚ କରିଥିଲେ । ଯାହାର ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଥିଲେ । ସେ ପ୍ରଡକ୍ସନ ହାଉସର ଲୋଗୋ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ବିଦ୍ୟୁତ ଜାମୱାଲ ବଲିଉଡରେ ପୂରଣ କଲେ ୧୦ ବର୍ଷ । ଅଭିନେତାରୁ ସାଜିଲେ ପ୍ରଯୋଜକ । ତାଙ୍କ ନୂଆ ଯାତ୍ରାକୁ ନେଇ ସେ ଖୁସି । ଆରମ୍ଭ କଲେ ଆକ୍ସନ ହିରୋ ଫିଲ୍ମସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ