Masthead

ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇରାନରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ସମଗ୍ର ବିଶ୍ୱ ଇରାନ ଯୁଦ୍ଧ ଉପରେ ଧ୍ୟାନ ଦେଇଛି। ଇରାନର ସର୍ବୋଚ୍ଚ ନେତା, ଆୟତୁଲ୍ଲା ଅଲି ଖେମିନି, ଇସ୍ରାଏଲୀ ଓ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଖେମିନିଙ୍କ ମୃତ୍ୟୁ ମଧ୍ୟପ୍ରାଚ୍ୟର ନିଆଁକୁ ଆହୁରି ବଢ଼ାଇ ଦେଇଛି। ଇସ୍ରାଏଲ ଓ ଆମେରିକା ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି, ଇରାନ ମଧ୍ୟ କଠୋର ପ୍ରତିଶୋଧ ନେଉଛି ।

ଇରାନ ଇସ୍ରାଏଲ ସମେତ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରିଛି, ଯେଉଁଠାରେ ଆମେରିକୀୟ ସାମରିକ ଘାଟି ଅବସ୍ଥିତ। ଇରାନର କ୍ଷେପଣାସ୍ତ୍ର ଦୁବାଇ, କୁଏତ, ବାହାରିନ, କତାର ଓ ଓମାନ ଭଳି ଦେଶ ଉପରେ ଘାତକ ଆକ୍ରମଣ କରି ଆକାଶ ଧୂଆଁମୟ କରିଦେଇଛି, ଅପରପକ୍ଷରେ ହ୍ୱାଇଟ୍ ହାଉସରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ କଠୋର ନିର୍ଦ୍ଦେଶ ଯୁଦ୍ଧର ଗତିପଥ ବଦଳାଇ ଦେଇଛି। ଏହି ସମୟରେ, ଏକ ବଡ଼ ଖୁଲାସା ହୋଇଛି ଯେ ବର୍ଷ ବର୍ଷ ଧରି ତେହେରାନରେ ହଜାର ହଜାର କ୍ୟାମେରା ହ୍ୟାକ୍ କରାଯାଇଛି। ଇସ୍ରାଏଲ ମଧ୍ୟ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖେମିନିଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲା।

ସେପଟେ ଇରାନର ପ୍ରତିଶୋଧ ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଭୟଙ୍କର ହେଉଛି ଇସ୍ରାଏଲ୍-ଇରାନ ଯୁଦ୍ଧ। ଇସ୍ରାଏଲ୍, ଆରବ ଦେଶ ଓ ସେଠି ଥିବା ଆମେରିକାର ଠିକଣାକୁ ଟାର୍ଗେଟ୍ କରି ସିରିଜ୍ ଆଟାକ କରୁଛି ଇରାନ୍। ଦୁବାଇ ଉପରେ ପୁଣି ପ୍ରଚଣ୍ଡ ହମଲା କରିଛି। ଗତକାଲି ରିୟାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରିଥିବା ବେଳେ ଯୁଦ୍ଧର ପଞ୍ଚମ ଦିନରେ ଆଜି ଦୁବାଇରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି ଇରାନ୍।

ଏହାପରେ ପ୍ରଚଣ୍ଡ ଶବ୍ଦ ସହ ଆକାଶରେ ପ୍ରବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା। ସେପଟେ ଦୁବାଇ ଦୂତାବାସ ନିକଟରେ ଏକ ଡ୍ରୋନ୍ ପଡ଼ିଥିବା ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି। ଏହି ଘଟଣା ପରେ ସମସ୍ତ ଆମେରିକୀୟ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏକ ଡ୍ରୋନ୍ ଦୂତାବାସ ବିଲଡିଂ ପାଖ ଏକ ପାର୍କିଂ ଅଞ୍ଚଳରେ ପଡ଼ିଥିବା ସ୍ପଷ୍ଟ କରିଛନ୍ତି ମାର୍କୋ ରୁବିଓ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ