Masthead

ସେଗାସାହି ସଂରକ୍ଷିତ ଜଙ୍ଗଲରେ ପଡିରହିଛି ଟନ୍ ଟନ୍ ଗହମ ଓ ଚାଉଳ।

ପଚି ସଢି ଦୁର୍ଗନ୍ଧ ରେ ଫାଟି ପଡୁଛି ଅଞ୍ଚଳ

ଲହୁଣୀପଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ମେଢାମାରୁଣୀ ସେଗାସାହି ସଂରକ୍ଷିତ ଜଙ୍ଗଲରେ ପଛା ସଢା ହୋଇ ପଡି ରହିଛି ପାହାଡ ପରି ଟନ୍ ଟନ୍ ଗହମ ଓ ଚାଉଳ। ଏହି ଗହମ ଓ ଚାଉଳ କେଉଁଠୁ ଆସିଲା କିଏ ପକାଇଲା ତାହା ଖୋଦ ବ୍ଲକ ର ଯୋଗାଣ ସହାୟକ ଜାଣି ନାହାନ୍ତି। ସେପଟେ ଭିତିରି ସୂଚନା ରୁ ଜଣାପଡୁଛି ଯେ କୋଇଡା ବ୍ଲକ କୁ କୋରୋନା ମାହାମାରୀ ସମୟରେ ଗରିବ ଲକଙ୍କୁ ଦେବାକୁ କେନ୍ଦ୍ର ଦେଇଥିବା ପିଡିଏସ୍ ଗହମ ଓ ଚାଉଳ ତାହା ବଣ୍ଟନ ନକରି ହେର ଫେର କରିବା କୁ ଯୋଜନା କରୁଥିବା ବେଳେ ତାହା ଗୋଦାମ ଘରରେ ପଚି ସଢି ଯାଇଥିଲା ଯାହାଫଳରେ କିଛି ଉପାୟ ନ ପାଇ ଦୁଇଦିନ ପୁର୍ବରୁ ରାତ୍ରିରେ ଗାଡି ସାହାଯ୍ୟ ରେ ମେଢାମାରୁଣୀ ସେଗାସାହି ସଂରକ୍ଷିତ ଜଙ୍ଗଲରେ ଫିଙ୍ଗିଦିଆଯାଇଥିଲା। ଗରିବ ଅସହାୟ ପରିବାର କୁ ବାଣ୍ଟି ବା ବଦଳରେ ତାହା କୁ ପଚେଇ ଫୋପାଡି ଦେବା ଯାହା ବଡ ଦୃଭାଗ୍ଯ ର ବିଷୟ ବୋଲି ଏବେ କୋଇଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସେପଟେ କୋଇଡା ବିଡିଓ ଙ୍କୁ ଯୋଗାଯୋଗ କରିଥିଲେ ହେ ସେ ଏ ବିଷୟରେ ଯାଣି ନାହିଁ ଏବଂ କୈଣସି ଗୋଦାମ ଘରରେ କିମ୍ବା ପଞ୍ଚାୟତ ରୁ ଚାଉଳ କି ଗହମ ପୋଚି ସଢି ନାହିଁ କି ସେମିତି କିଛି ନଷ୍ଟ କରାଜାଇ ନାହିଁ। ଏହା କେଉଁଠୁ ଆସିଛି ଯାହା ଯୋଗାଣ ସହାୟକୁ ତଦନ୍ତ କରିବା ପାଇଁ କହିଛି ବୋଲି କହିଥିଲେ। ଏହା ଆସିଲା କେଉଁଠୁ କିଏ ଫୋପାଡିଲା ବୋଲି ବଡ ପ୍ରଶ୍ନ ଉଠୁଛି। ଏହା କୁ ସଠିକ ତଦନ୍ତ କରି ଦୋଷୀ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ