Masthead

ମା ଉଗ୍ରତାରା ଙ୍କ ଷୋଳପୂଜା ଆରମ୍ଭ ।

ଖୋର୍ଦ୍ଧା:
ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ତନ୍ତ୍ରପୀଠ ମା ଉଗ୍ରତାରା କଁ ମନ୍ଦିର ( ପୀଠ ) , ମା ଏଠାରେ ତାରା ରୂପରେ ପୂଜା ପାଉଛନ୍ତି ।
ଲୋକମତ ଅନୁଯାଇ ମା ଉଗ୍ରତାରା ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ , ମାନସିକ ପୂରଣ ନିମନ୍ତେ ବହୁ ଦୁରଦୂରନ୍ତା ରୁ ଅନେକ ଶ୍ରଦ୍ଧାଳୁ ବର୍ଷର ବିଭିନ୍ନ ସମୟରେ , ଏଠାକୁ ଆସି ମା କଁ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି ।
ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ର ଚମ୍ପାଗଡ ଛକ ଠାରୁ , କିଛି ବାଟ ଗଲାପରେ ପଡିଥାଏ ମା ଉଗ୍ରତାରା ଙ୍କ ମନ୍ଦିର । ମୁଳିଝରଗଡ ଗ୍ରାମ ନିକଟରେ ଥିବା ଘଞ୍ଚ ଜଙ୍ଗଲରେ ପରିପୂର୍ଣ ହାତିଆ ପାହାଡ଼ ର ପାଦ ଦେଶରେ ମା ଉଗ୍ରତାରା ଙ୍କ ପୀଠ ଅବସ୍ଥିତ ।
ମା ଉଗ୍ରତାରା ଙ୍କ ପୀଠ ରେ ଅନେକ ପର୍ବ ପର୍ବାଣୀ ପାଳନ କରାଯାଉ ଥିଲେ ହେଁ , ରଜ ଓ ଦଶହରା ପର୍ବ ବହୁ ଆଡମ୍ବର ଭାବରେ ପାଳନ କରାଯାଏ । ଚଳିତ ବର୍ଷ ଯୋଡ଼ା ଆଶ୍ୱିନ ପଡୁ ଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉ ଥିବାରୁ , ନିରାଡ଼ମ୍ବର ରେ ମା ଙ୍କ ର ଷୋଳ ପୂଜା ଆରମ୍ଭ ହୋଇଯାଇଛି , ଏହି ପୂଜା ୪୫ ଦିନ ଧରି ଚାଲିବ ।
ମା ଉଗ୍ରତାରା ଙ୍କ ପୀଠ ରେ ରୀତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା ଓ ଭୋଗ ଲାଗିଥାଏ ମାତ୍ର ଠାକୁରାଣୀ ଙ୍କ ପ୍ରିୟ ମାଛଭୋଗ ବିଭିନ୍ନ ସମୟରେ ଲାଗି କରାଯାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ