Before Header

ମାଲକାନଗିରି ଜିଲ୍ଲାରେ ଅଜଣା ରୋଗର ଆତଙ୍କ ! ଜ଼ୀଲ୍ଲା ରେ ମୃତ୍ୟୁ ସଂଖ୍ୟା ୨୫

ଡାକ୍ତରି ଚିକିତ୍ସା ପରିବର୍ତ୍ତେ ଗୁଣି ଗାରିଡି ଉପରେ ଅଧିକା ଭରଷା ।

0 11

ମାଲକାନଗିରି: ସାରା ଦେଶରେ ଏବେ କରୋନା ମହାରିକୁ ନେଇ ଚିନ୍ତା ଲାଗିଥିବା ବେଳେ ଘାରି ହେଉଛନ୍ତି ଆଦିବାସି ଲୋକେ । ଗତ ମାସକ ମଧ୍ୟରେ ଜିଲ୍ଲାର ସୋଡିଗୁଡା ଗାଁରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ବାପନପାଲ୍ଲି ଗାଁରେ ୧୨ ଜଣ ପ୍ରାଣ ହରାଇଛନ୍ତି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ଗତ ମାସକ ମଧ୍ୟରେ ୨୫ ଜଣଙ୍କ ଜିବନ ନେଲାଣି ଅଜଣା ରୋଗ । ମାଲକାନଗିରି ଜିଲ୍ଲାରେ ଏମିତି ମୃତ୍ୟୁର ବିଭିଷିକା ରଚି ଚାଲିଛି କେଉଁ ଏକ ଅଜଣା ରୋଗ । ମାଥିଲି ବ୍ଲକର ସୋଡିଗୁଡା ଗାଁରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ପଡିଆ ବ୍ଲକର ଭାବନପାଲ୍ଲି ଗାଁରେ ୧୨ ଜଣ ପ୍ରାଣ ହରାଇଛନ୍ତି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହି । ହେଲେ ପ୍ରଥମେ ଲୋକଙ୍କ ଦେହ ହାତ ଗୋଡ଼ ଫୁଲି ଯାଉଥିବା ବେଳେ ପରେ ଭିଷଣ ଜ୍ବରରେ ଆକ୍ରାନ୍ତ ହୋଇ ଜିବନ ହରାଉଛନ୍ତି ଲୋକେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ଯୁବ ବର୍ଗର । ଗାଁରେ ଡାକ୍ତରି ଦଳ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ହେଲେ ଚିକିତ୍ସା ଲାଗି ଆଦିବାସି ଲୋକେ ଡାକ୍ତରି ସେବା ପରିବର୍ତ୍ତେ ଗୁଣି ଗାରିଡି ଉପରେ ଅଧିକା ଭରଷା କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଗୁରୁତର ରୋଗିଙ୍କୁ କେମିତି ଝଡା ଫୁଙ୍କା କରୁଛନ୍ତି ଗାଁର ଜଣେ ଦିଶାରି ।

ସୋଡିଗୁଡା ଓ ଭାବନପାଲ୍ଲୀ ଗାଁରେ ଏହି ଅଜଣା ରୋଜ ବ୍ୟାପିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି । ଉଭୟ ଗାଁରେ ସ୍ବତନ୍ତ୍ର ଡାକ୍ତରି ଦଳ ପହଞ୍ଚି ରୋଗାକ୍ରାନ୍ତ ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଘର ଘର ବୁଲି ରୋଗିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଥିବା ବେଳେ ଗୁରୁତର ରୋଗିଙ୍କୁ ମେଡିକାଲ ସ୍ତାନନ୍ତର କରାଯାଇଛି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଅଧିକାଂଶ ରୋଗିଙ୍କ ପାଖରେ ରକ୍ତ ହିନତା ଦେଖା ଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ।

ରୋଗର କାରଣ ଜାଣିବା ଲାଗି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରିକ୍ଷା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି ସେଠାରୁ ରିପୋର୍ଟ ଆସିବା ପରେ ପକୃତ କାରଣ ଜଣା ପଡିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.