Masthead

ଲଦାଖରେ ଚୀନ ସେନା ପ୍ରବେଶ କରିଛି, ପ୍ରଧାନମନ୍ତ୍ରୀ ସତ କହିବା ଉଚିତ: ସଞ୍ଜୟ ରାଉତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର (ଅଗଷ୍ଟ ୨୦) ଦାବି କରିଛନ୍ତି ଯେ ଚୀନ୍ ସେନା ଲଦାଖରେ ପ୍ରବେଶ କରିଛି। ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ସାଂସଦ ସଞ୍ଜୟ ରାଉତ ସମର୍ଥନ କରିଛନ୍ତି। ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରସଙ୍ଗରେ ବିଭ୍ରାନ୍ତ କରିବା ପରିବର୍ତ୍ତେ ସତ କହିବା ଉଚିତ୍। ସଞ୍ଜୟ ରାଉତ କହିଛନ୍ତି, ଚୀନ୍ ଲଦାଖକୁ ଅନୁପ୍ରବେଶ କରି ଦଖଲ କରିଛି। ଏହାର ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି ।

କିନ୍ତୁ ଆମର ପ୍ରତିରକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତେଣୁ ଲାଗୁଛି ଯେ ଆମେ ଭାରତମାତା ପ୍ରତି ଅନ୍ୟାୟ କରୁଛୁ। ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ରାଉତ କହିଛନ୍ତି, ରାହୁଲଜୀ ଦେଶର ଜଣେ ପ୍ରମୁଖ ନେତା । ସେ ଜଣେ ସାଂସଦ । ସେ କଂଗ୍ରେସର ପୂର୍ବତନ ସଭାପତି । ଯଦି ରାହୁଲ ଜୀ କହିଛନ୍ତି ଯେ ଚୀନ୍ ଲଦାଖର କିଛି ଜମି ଦଖଲ କରିଛି, ତେବେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ପ୍ରତିରକ୍ଷା ମନ୍ତ୍ରୀ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ ସତ କହିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ