Before Header

ଅଭିନବ ଉପାୟରେ ରାସ୍ତାରୋକ

0 33

ନିଶ୍ଚିତକୋଇଲି (ବଡ଼ ଖବର ବ୍ୟୁରୋ): ପକ୍କା ସଡ଼କ ଦାବିରେ ରାସ୍ତାରେ ଧାନ ରୋଇ ଅଭିନଵ ଉପାୟରେ ପ୍ରତିବାଦ କଲେ ପନ୍ଦର ବାଟିଆ ସାଧୁମୂଳ ଗ୍ରାମବାସୀ । ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରତାପ ଜେନା ଅନେକ ଗୁଡିଏ ବିଭାଗରେ ମନ୍ତ୍ରୀ ଥିଲେ ବି ଆଜି ଯାଏଁ ତାଙ୍କ ଅଞ୍ଚଳରେ ଅନେକ ଗୁଡିଏ ଗ୍ରାମରେ ପକ୍କା ରାସ୍ତା ନାହିଁ । ଏଭଳି ଏକ ଗ୍ରାମ ଭଁଉରିଆ ଗ୍ରାମପଞ୍ଚାୟତର ପନ୍ଦର ବାଟିଆ ସାଧୁମୂଳ ଯେଉଁଠି ଆଜି ମଧ୍ୟ ସାଢେ ଚାରିଶହ ଲୋକ ମାଟି ରାସ୍ତା ଯୋଗୁ ପାଣି କାଦୁଅ ରେ ଯାତାୟାତ ନିମନ୍ତେ ହନ୍ତସନ୍ତ ହେଉଛନ୍ତି ।

ସ୍ଥାନୀୟ ସରକାରୀଙ୍କ ଠୁ ଆରମ୍ଭ କରି ସରପଞ୍ଚ ଓ ବିଧାୟକ ଯାଏଁ ସମସ୍ତଙ୍କ ପାଖରେ ଅଭିଯୋଗ କରି କିଛି ସୁଫଳ ନମିଳିବାରୁ ଏନେଇ ଗଣମାଧ୍ୟମ ସାମ୍ନାରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଥିଲେ । ମାଟି କାଦୁଅ ରାସ୍ତାରେ ଧାନ ରୋପଣ କରି ଅଭିନଵ ଉପାୟରେ ନିଜ ଦାବି ସରକାର ଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.