Masthead

ରାତି ପାହିଲେ ଭୋଟ୍: ପିପିଲି ଭୋଟର ବାଛିବେ ନେତା

ପିପିଲି(ବଡ଼ ଖବର ବ୍ୟୁରୋ): ରାତି ପାହିଲେ ପିପିଲି ଭୋଟ୍ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । କେଉଁ ପ୍ରାର୍ଥୀ ସପକ୍ଷରେ ମୋହର ମାରିବେ । ବିଜେଡି, ବିଜେପି ନା କଂଗ୍ରେସ । ଭୋଟର କରି ସାରିଛନ୍ତି ମନସ୍ଥ । କେବଳ ଭୋଟ ଗ୍ରହଣକୁ ଅପେକ୍ଷା । ସେପଟେ ଆସନ୍ତା କାଲିର ଭୋଟକୁ ନେଇ ପିପିଲି ରାଜନୀତିରେ ତାତି । ପିପିଲି ଡେଲାଙ୍ଗରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ । ତା ସହ ସିରିଜ୍ ବୋମା ବିସ୍ପୋରଣ । ରାଜନୀତି ପାଣିଗର ଉଷ୍ଣତା ବଢାଇଛି । ଏପରିକି ବିଜେଡି–ବିଜେପି ଏହାକୁ ନେଇ ଏବେ ମୁହଁମୁହିଁ । ହିଂସାକାଣ୍ଡର ଦ୍ୱାହି ଦେଇ ବିଜେପି ନର୍ବାଚନ କମିଶନ ନିକଟରେ ଫେରାଦ ହୋଇଛି । ନିର୍ବାଚନ ସମୟରେ କେନ୍ଦ୍ରୀୟ ବଳ ମୂତୟନ କରିବାକୁ ବିଜେପିର ଜାତୀୟ ମୁଖପାତ୍ର ଦାବି କରିଛନ୍ତି । ଯାହାକୁ ବିଜେଡି କାଉଣ୍ଟର କରିଛି । ବିଜେପି ଏହା ରାଜନୈତିକ ଚାଲ୍ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।

ସେପଟେ ପିପିଲିରେ ବାଜିମାତ କରିବାକୁ କଂଗ୍ରେସ ବି ଜିଜାନ ଲଗାଇଛି । ତେବେ ଭୋଟରଙ୍କ ଭୋଟ ହାତେଇବାକୁ ବିଜେଡି-ବିଜେପି ଯେଉଁ ଗୋଟି ଚାଳନା କରୁଛନ୍ତି । ତାକୁ କଂଗ୍ରେସ ନାପସନ୍ଦ କରିଛି । ବିଜେଡି ବିଜେଡି-ବିଜେପି ଆପଣେଇଥିବା ହିଂସା ରାଜନୀତିକୁ କଡା ଶବ୍ଦରେ ନିନ୍ଦା କରିଛି କଂଗ୍ରେସ । ରାତି ପାହିଲେ ପିପିଲି ଉପନିର୍ବାଚନ । ଭୋଟ ରାଜନୀତିକୁ ନେଇ ପିପିଲି ନିର୍ବାଚନ ମଣ୍ଡଳୀ ସରଗରମ। ତେବେ ନିର୍ବାଚନ ପୂର୍ବରୁ ସିରିଜ ବୋମା ବିସ୍ଫୋରଣ । ଆଉ ତାକୁ ଆରୋପ ପ୍ରତ୍ୟାରୋପର ରାଜନୀତି। ଏପରି ସମୟରେ ବଳଙ୍ଗା ଥାନା ମାଲଖାନା ବିସ୍ଫୋରଣ ଘଟଣାରେ ଏସଆଇଙ୍କୁ ନିଲମ୍ବନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ