Before Header

ନବୀନ-ମମତା ସାକ୍ଷାତ

0 37

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ । ଅପରାହ୍ନରେ ନବୀନ ନିବାସରେ ହେବ ସାକ୍ଷାତ । ଅପରାହ୍ନ ୪ଟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା କହିଛନ୍ତି, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ ।

କିନ୍ତୁ ମମତା ସେତେବେଳେ ଆସିପାରି ନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି । ତୃତୀୟ ସାମୁଖ୍ୟ ଗଠନ ନେଇ ଚୁପ ରହିଛନ୍ତି ମମତା । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସାମୁଖ୍ୟକୁ ନା କହିଛନ୍ତି । ଗତକାଲି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.