Masthead

ଅନିଶ୍ଚିତତା ରେ “ମା” ଙ୍କ ପୂଜା !

ପୂଜା କମିଟି ଟ୍ରଷ୍ଟ ହାଇକୋର୍ଟ ର ଦ୍ଵାରସ୍ଥ । 

କଟକ/ଭୁବନେଶ୍ୱର:
କରୋନା ପାଇଁ ସବୁ ଉତ୍ସବ ଉପରେ କଟକଣା ।
କଟକଣା ଭିତରେ ରଥଯାତ୍ରା, ଗଣେଷ ପୂଜା ଅନୁଷ୍ଠିତ ହୋଇଯାଇଛି ।
କଟକ ସହର ର ବଡପର୍ବ ଦୂର୍ଗା ପୂଜା ପାଇଁ ମଧ୍ଯ କଟକଣା ଜାରି କରିଛନ୍ତି ସରକାର । ପୂଜା କୁ ନେଇ ଦ୍ଵନ୍ଦ ଦେଖା ଦେଇଥିବା ଜଣାପଡ଼ିଛି । ଦଶହରା କେମିତି ହେବ, କଟକଣା ଭିତରେ ହେବ ନା ବିନା କଟକଣାରେ ହେବ, ଉଚ୍ଚ ମୂର୍ତ୍ତି ନିର୍ମାଣ ହେବ ନା ମାତ୍ର ୪ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହେବ, ପୂଜାରେ ୫ ଜଣ ଲୋକ ସାମିଲ ହେବେ ନା ଏହାଠାରୁ ଅଧିକ ଲୋକଙ୍କ ସମାଗମ ହେବ, ଭସାଣି ଟ୍ରଲିରେ ହେବ ନା ଚେସିସ୍‌ରେ ହେବ..? ଦଶହରାକୁ ନେଇ ଲାଗି ରହିଥିବା ଏଭଳି ନାନା ପ୍ରଶ୍ନ ଓ ବିବାଦର ସମାଧାନ ପନ୍ଥା ବାହାରି ପାରୁନି । ପ୍ରଶାସନ କରୋନା ପାଇଁ ଦଶହରା ପୂଜା ଉପରେ କଟକଣା ଲଗାଇ ଚାଲିଥିଲା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଭିନ୍ନ ପୂଜା କମିଟି । ଏଣୁ ଦଶହରାକୁ ନେଇ ଘୋଷଣା ହୋଇଥିବା ପ୍ରଶାସନର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି କଟକର ୨୪ଟି ପୂଜା କମିଟି ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିକୁ ନେଇ ଗଠିତ ଏକ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ