Masthead

ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ । ଜଣେ ଭାଇ ମୃତ ଜଣେ ଗୁରୁତର । ମୃତ ଜଣକ ହେଲେ ମୁଣ୍ଡାପଡ଼ା ଗ୍ରାମର ବାସୁଦେବ ଝାଙ୍କର । ଗୁରୁତର ହେଲେ ସେହି ଗାଁ ସନ୍ତୁନୁ ଝାଙ୍କର । ଉଭୟଙ୍କୁ ବୌଦ୍ଧ ଥାନା ଅନ୍ତର୍ଗତ କାଶଲପୁର ଛକ ନିକଟରେ କିଛି ଦୃଭୁକ୍ତ ଆକ୍ରମଣ କରିଥିଲେ । ହତ୍ୟାକାଣ୍ଡ ଘଟାଇ ଦୃଭୁକ୍ତ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସୂଚନାମୁତାବକ ଗତକାଲି ରାତିରେ ବୌଦ୍ଧ ଥାନା ଅନ୍ତର୍ଗତ ବକପାଲି ଗ୍ରାମରୁ ଏକ ବରଯାତ୍ରୀ ଦଳ ବୌଦ୍ଧ ଥାନା ଅନ୍ତର୍ଗତ କାଶଲପୁର ଗ୍ରାମକୁ ଆସିଥିଲେ । ବିଳମ୍ବିତ ରାତ୍ରିରେ ବରଯାତ୍ରୀ ଦଳରେ ଆସିଥିବା ମୁଣ୍ଡାପଡା ଗ୍ରାମର ବାସୁଦେବ ଝାଙ୍କର ଓ ଶାନ୍ତନୁ କୁମାର ଝାଙ୍କର ନାମକ ଦୁଇ ଭାଇଙ୍କୁ କାଶଲପୁର ଗ୍ରାମର ବିଦ୍ୟାଳୟ ନିକଟରେ କୌଣସି କାରଣ ରୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରି ଫେରାର ମାରିଥିଲେ ।

ଘଟଣା

ସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଶାନ୍ତନୁ ଗୁରୁତର ଆହତ ହୋଇ ଥିଲେ । ଘଟଣା ଜାଣିବା ପରେ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା ଓ ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନା ନିଆ ଯାଇଥିଲା । ଡାକ୍ତର ବାସୁଦେବଙ୍କୁ ମୃତ ଘୋଷଣା କରିଥିଲେ ଓ ଶାନ୍ତନୁଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରା ଯାଉଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ଆଜି ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ