Masthead

ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେଉଛି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ୨ୟ ପର୍ଯ୍ୟାୟରେ ମଧ୍ୟ ଗୃହ ହୁଲୁସ୍ତୁଲ ହୋଇପାରେ। ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନ ହେବାକୁ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବେ ବିରୋଧୀ। ସେହିଭଳି ଆସନ୍ତାକାଲି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଠାଇବେ। ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଅଧିବେଶନ ରହିଛି। ୧୦ତାରିଖରୁ ବିଭିନ୍ନ ବିଭାଗର ବଜେଟ ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ତାରିଖରେ ବ୍ୟୟ ମଞ୍ଜୁର ବିଲ୍ ଗୃହରେ ପାରିତ କରାଯିବ। ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ଗୃହରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର । ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ରହୁଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରଖିବ ।

ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିରୋଧୀ ଗୃହ ଚଳାଇ ଦେଇ ନଥିଲେ। ଏବେ ସେହି ପ୍ରସଙ୍ଗଟି ଆହୁରି ଜଟିଳ ହୋଇଛି। ତେଣୁ ବିରୋଧୀ ଧାନକିଣା ଅବ୍ୟବସ୍ଥାକୁ ଜୋରଦାର ଉଠାଇବେ। ଫଳରେ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହେବା ଥୟ। ଦ୍ଵିତୀୟ ପର୍ୟ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଅଧିବେଶନ ରହିଛି। ୧୦ ତାରିଖରୁ ବିଭିନ୍ନ ବିଭାଗର ବଜେଟ ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁର ବିଲ ଗୃହରେ ପାରିତ କରାଯିବ। ଦ୍ଵିତୀୟ ପର୍ୟ୍ୟାୟ ଅଧିବେଶନରେ ଗୃହରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ରହୁଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରଖିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା