ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ତାଳପାଟଣାରେ ଆଜି ସକାଳ ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ନୂତନ ଭାବେ ନିର୍ମିତ ଏକ ଆଇସକ୍ରିମ ଫ୍ୟାକ୍ଟ୍ରରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତ ଜଣକ ହେଲେ ବିଦେଶୀ ପ୍ରଧାନ । ସେ ଆଇସକ୍ରିମ ଫ୍ୟାକ୍ଟ୍ରିରେ ମୁଖ୍ୟ କାରିଗରୀ ଭାବେ କାର୍ଯ୍ୟରତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ମହାପାତ୍ର, ହେମନ୍ତ ମହାପାତ୍ର ଏବଂ ଜଣେ ବୃଦ୍ଧା ମହିଳା ସାଇବାଣୀ ମହାପାତ୍ର ରହିଥିବା ଜଣାପଡିଛି ।

ଘଟଣା ଘଟିବା ପରେ ସେମାନଙ୍କୁ ପ୍ରଥମେ ଧରାକୋଟ ମେଡିକାଲ ଏବଂ ପରବର୍ତ୍ତୀ ସମୟରେ ଆସିକା ସବଡିଭିଜନ ମେଡିକାଲକୁ ଅଣାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧରାକୋଟ ତାଳପାଟଣାରେ ନୂତନ ଭାବେ ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ନିର୍ମାଣ ହୋଇଥିଲା । ଆଇସକ୍ରିମ ଫ୍ୟାକ୍ଟ୍ରିରେ ଗ୍ୟାସ ଭରିବା ସମୟରେ ଗ୍ୟାସର ପରିମାଣ ଅଧିକ ହୋଇଯାଇଥିଲା । ଯଦ୍ୱାରା ଗ୍ୟାସ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଯାଇଥିଲା । ଏହି ଘଟଣା ଘଙ୍କିବା ପରେ ସ୍ଥାନୀୟ ଧରାକୋଟ ପୋଲିସ ଘଟଣା ସ୍ତଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ