ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନର ନୂଆ ସୁପ୍ରିମ ଲିଡର୍ ମୋଜତାବା ଖାମେନେଇ । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅଙ୍କୁ ଦେଶର ସର୍ବୋଚ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଅ ମୋଜତବା ଖାମେନେଇ ଇରାନର ମଙ୍ଗ ସମ୍ଭାଳିବେ । ପୂର୍ବତନ ଲିଡର୍ ଅୟୋତଲ୍ଲାହ ଖାମେନେଇଙ୍କ ମୃତ୍ୟୁ ପରେ ବି ପଛଘୁଞ୍ଚା ଦେଇନି ତେହରାନ । ଆମେରିକା ଏବଂ ଇସ୍ରାଏଲର ମୁକାବିଲା କରୁଛି । ଏସବୁ ଭିତରେ ଖାମେନେଇଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମୋଜତବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ହେବେ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ଆଜି ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ମୋଜତବାଙ୍କ ସପକ୍ଷରେ ଇରାନ ସଂସଦରେ ୮୮ ଜଣ ସଦସ୍ୟ ମତ ଦେଇଥିଲେ । ଫଳରେ ତାଙ୍କୁ ନେତା ଭାବେ ନିଯୁକ୍ତି ମିଳିଛି । ଏହାସହ ଖାମେନେଇ ଲିଗାସୀର ତୃତୀୟ ବ୍ୟକ୍ତି ଭାବେ ମୋଜତବାଙ୍କ ହାତରେ ଶାସନ ଡୋରି ରହିବ । ଏବେ ଯୁଦ୍ଧ ଚାଲିଥିବାରୁ ଜୁନିଅରଙ୍କ ଖାମେନେଇଙ୍କ ପାଇଁ ଅନେକ ଚ୍ୟାଲେଞ୍ଚ୍ ରହିଛି । ସେ ଆମେରିକା ଏବଂ ଇସ୍ରାଏଲର ମୁକାବିଲା ଭାର ନିଜେ ସମ୍ଭାଳିବେ । କିପରି ଦୁଇ ଦେଶକୁ ଉଚିତ ଜବାବ ଦିଆଯିବ ସେନଇ ସେ ରଣନୀତି ପ୍ରସ୍ତୁତ କରିବେ । ଏହାସହ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!