Masthead

ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନର ନୂଆ ସୁପ୍ରିମ ଲିଡର୍ ମୋଜତାବା ଖାମେନେଇ । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅଙ୍କୁ ଦେଶର ସର୍ବୋଚ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଅ ମୋଜତବା ଖାମେନେଇ ଇରାନର ମଙ୍ଗ ସମ୍ଭାଳିବେ । ପୂର୍ବତନ ଲିଡର୍ ଅୟୋତଲ୍ଲାହ ଖାମେନେଇଙ୍କ ମୃତ୍ୟୁ ପରେ ବି ପଛଘୁଞ୍ଚା ଦେଇନି ତେହରାନ । ଆମେରିକା ଏବଂ ଇସ୍ରାଏଲର ମୁକାବିଲା କରୁଛି । ଏସବୁ ଭିତରେ ଖାମେନେଇଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମୋଜତବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ହେବେ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ଆଜି ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ମୋଜତବାଙ୍କ ସପକ୍ଷରେ ଇରାନ ସଂସଦରେ ୮୮ ଜଣ ସଦସ୍ୟ ମତ ଦେଇଥିଲେ । ଫଳରେ ତାଙ୍କୁ ନେତା ଭାବେ ନିଯୁକ୍ତି ମିଳିଛି । ଏହାସହ ଖାମେନେଇ ଲିଗାସୀର ତୃତୀୟ ବ୍ୟକ୍ତି ଭାବେ ମୋଜତବାଙ୍କ ହାତରେ ଶାସନ ଡୋରି ରହିବ । ଏବେ ଯୁଦ୍ଧ ଚାଲିଥିବାରୁ ଜୁନିଅରଙ୍କ ଖାମେନେଇଙ୍କ ପାଇଁ ଅନେକ ଚ୍ୟାଲେଞ୍ଚ୍ ରହିଛି । ସେ ଆମେରିକା ଏବଂ ଇସ୍ରାଏଲର ମୁକାବିଲା ଭାର ନିଜେ ସମ୍ଭାଳିବେ । କିପରି ଦୁଇ ଦେଶକୁ ଉଚିତ ଜବାବ ଦିଆଯିବ ସେନଇ ସେ ରଣନୀତି ପ୍ରସ୍ତୁତ କରିବେ । ଏହାସହ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା