Masthead

ଆବାସ ଯୋଜନାରୁ ବଞ୍ଚିତ, ଭଙ୍ଗା କୁଡିଆରେ ବିତୁଛି ଜୀବନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଯୋଗାଇ ଦିଆଯାଉଛି । କିନ୍ତୁ କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମପଞ୍ଚାୟତ ରେଙ୍ଗାଳି ଗ୍ରାମରେ ଦେଖାଦେଇଛି ଏହାର ବ୍ୟତିକ୍ରମ । ଉକ୍ତ ଗାଁର ନୁଆସାହିର ଗରିବ ଦିନମଜୁରିଆ କଳାବତୀ ବିଶି ବୟସ ୫୭, ମୁଲ କରି ଚଳାନ୍ତି ନିଜ ପରିବାର । ଫଳରେ ମଝିରେ ମଝିରେ ପୁଅ ଓଡିଶା ବାହାରକୁ ମୂଲ ମଜୁରି କରି ଯାଆନ୍ତି , ଏକ ଭଙ୍ଗା କୁଡିଆରେ ଦୀର୍ଘ ଦିନ ଧରି ନିଜ ପରିବାର ସହିତ ରହୁଛନ୍ତି କଳାବତୀ । ପକ୍କା ଘର ନିର୍ମାଣ କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ବାପା ଜେଜେବାପା ଅମଳରୁ ଯେଉଁ ଦୁଇ ବଖରା ଘର ଅଛି ଉପରୁ ତା’ର ଚାଳ ଉଠିଗଲାଣି ତ କେଉଁଠି କାନ୍ଥ ଫାଟି ଆଁ କରିଛି। ଦିର୍ଘ ପଈତିରିଶି ବର୍ଷ ର ଘର । ବର୍ତ୍ତମାନ ର ସରପଞ୍ଚ ଓ ପୂର୍ବରୁ ପନ୍ଦରବର୍ଷ ହେବ ଅଧିକାରୀ ମାନଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏପର୍ୟ୍ୟନ୍ତ ତାଲିକାରେ ରହିପାରିନି କଳାବତୀ ଙ୍କ ନାମ । ଯେତେ ଗୁହାରି କଲେ ମଧ୍ୟ ପଞ୍ଚାୟତ ଅଧିକାରୀ ଠାରୁ ମିଳୁଛି କେବଳ ଆଶ୍ୱସନା । ପକ୍କାଘର ତାଙ୍କ ପାଇଁ ସାତ ସପନ ହୋଇଯାଇଛି ।ସେ ଜଣେ ଗରିବ ଶ୍ରେଣୀୟ ହୋଇଥିବାରୁ ତଳଠୁ ଉପର ପର୍ୟ୍ୟନ୍ତ କିଛି ହାତଗୁଞ୍ଜା ଦେଇ ପାରୁନଥିବାରୁ ବୋଧେ ସେ ଘରଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ତାଙ୍କ ନାମ ଏପର୍ୟ୍ୟନ୍ତ ରହିନାହିଁ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖୁବ୍ ଶୀଘ୍ର ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଥିବାବେଳେ ତୁରନ୍ତ କଳାବତୀ ବିଶି ଙ୍କୁ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା