Masthead

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପୀଠର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର କୋଟିଏ ଟଙ୍କା ଅନୁଦାନ ଦେଇଛନ୍ତି। ଏହାପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ବଲାଙ୍ଗିରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ହରିଶଙ୍କର ପୀଠର ବିକାଶ ପାଇଁ ଆର୍ଥିକ ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ବଲାଙ୍ଗିରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବାକୁ ରବିବାରର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମିଶ୍ର। ପ୍ରାରମ୍ଭିକ ଭାବେ ଏବେ ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ। ପର୍ଯ୍ୟଟକଙ୍କ ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗିର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ଚାଲିବା ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଛନ୍ତି। ତେବେ ଜନସାଧାରଣ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବାକୁ ୱେଡିଂ ଡେଷ୍ଟିନେସନ୍, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ବୁଲିବା ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ। ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗିର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ (ଏସଆଇଏଚଏମ) ଉପରେ ନ୍ୟସ୍ତ ହୋଇଛି। ଲୋକାର୍ପଣ ଉତ୍ସବରେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଏସଆଇଏଚଏମ୍ ଅଧ୍ୟକ୍ଷ ଓ ଓଟିଡିସିର କର୍ମଚାରୀଙ୍କ ସମେତ ସହରର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସେହିପରି ଜିଲ୍ଲାପାଳ ରାଣାଙ୍କ ଉପସ୍ଥିତିରେ ଓଟିଡିସି ଅଧ୍ୟକ୍ଷା ମିଶ୍ର ବଲାଙ୍ଗିରରେ ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରଥମଥର ପାଇଁ ହୀରାକୁଦରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ଡିସେମ୍ବର ୮ରୁ ଆୟୋଜନ ହେବ। ହୀରାକୁଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ପର୍ଯ୍ୟଟକଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିବ ବୋଲି ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ