Masthead

ୟୁପିଏସସିରେ ଆଇସା ବନାମ ଆଇସା

ଭୋପାଳ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶର ଆଇସା ନାମକ ଦୁଇ ଝିଅ ୧୮୪ ର୍ୟାଙ୍କ କୁ ନେଇ ଦାବି କରିଛନ୍ତି । ୟୁପିଏସ୍ସି ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଥିଲା । ଏହି ଦୁଇ ଝିଅ ଙ୍କ ରୋଲନଂ ସମାନ ଥିବାରୁ ସେମାନେ ଦାବି କରୁଛନ୍ତି । ୟୁପିଏସ୍ସି ଫଳ ପ୍ରକାଶ ପାଇବା ପରେ ଆଇସା ନାମକ ଦୁଇ ଝିଅ ୧୮୪ ର୍ୟାଙ୍କ ପାଇଥିଲେ । ଏହାକୁ ନେଇ ସାରା ପରିବାର ରେ ଖୁସି ର ଲହରି ଖେଳିଯାଇଥିଲା । ପରିବାର ଲୋକ ମହା ଆନନ୍ଦ ର ସହିତ ଏହାକୁ ସେଲିବ୍ରେଟ କରିଥିଲେ । ଏହି ଦୁଇ ଝିଅ ମଧ୍ୟପ୍ରଦେଶ ଜିଲ୍ଲା.ଜଣେ ଦେୱାଶ ଜିଲ୍ଲାର ହୋଇଥିବା ବେଳେ ଜଣେ ଅଲିରାଜପୁର ଜିଲ୍ଲାର ଅଟନ୍ତି । ବୁଧବାର ଦିନ ଏହି ଖବର ସର୍ବ ସମ୍ମୁଖକୁ ଆସିଥିଲା । ଦେୱାଶ ଜିଲ୍ଲାର ଝିଅ ଆଇସା ଫାତିମା (ପିତା ନିଜିରୁଦିନ୍) ଦାବି କରୁଛନ୍ତି ସେ ମେରିଟ ଲିଷ୍ଟରେ ଉତିର୍ଣ୍ଣ ହୋଇଛନ୍ତି । ଅଲିରାଜପୁରର ଆଇସା ମକରାଣି (ପିତା ସଲିମୁଦିନ୍) ମଧ୍ୟ ଏହା ଦାବି କରୁଥିବା ନଜର ଆସୁଛି । ଏହା କୁହାଯାଉଛି ଦୁଇ ଝିଅ ଆଇସାଙ୍କର ରୋଲନଂ ସମାନ ହୋଇଥିବାରୁ ଏପରି ଘଟିଛି , ଦୁଇ ଝିଅଙ୍କ ରୋଲନଂ ୭୮୧୧୭୪୪ ହୋଇଥିବା ଜଣାପଡିଛି । ଆଇସା ମାକରାନିଙ୍କ ଭାଇ କହିଛନ୍ତି ସେମାନେ ଆଇସାଙ୍କ ନାମରେ ୟୁପିଏସ୍ସି ତାରାଫରୁ ଏକ ଇ ମେଲ ମଧ୍ୟ ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା