Masthead

କୋଭିଡ ନିୟମ ଉଲ୍ଲଙ୍ଘନ : ସରପଂଚଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କଲେ ବିଡିଓ

ବରଗଡ : ବରଗଡ଼ ଜିଲ୍ଳାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଣେ ସରପଂଚଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କରାଯିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକର ଗୌରେନମୁଣ୍ଡା ପଚାଂୟତର ସରପଂଚଞ୍ଚମାଲବ ସାହୁ ଗାଁର ପ୍ରାୟ ୧୫୦ ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ବ୍ଲକ ଅଫିସକୁ ଆସି ଘେରାଉ କରିଥିଲେ । ବର୍ତମାନ କୋଭିଡ ନିୟମାନୁସାରେ ଯେ କୌଣସି କାର୍ଯ୍ୟକ୍ରମ ପାଇଁ ୧୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ସରପଂଚ ସାହୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଘେରାଓ କରିବା ନେଇ ଗାଇସିଲେଟ ବିଡିଓ ନିରଂଜନ ସା ପହଂଚି ସିସିଟିଭିର ଫୁଟେଜ ଦେଖିବା ସହ ଅଫିସ ଅଧିକାରୀ ଓ କର୍ମଚାରୀମାନଙ୍କ ବୟାନକୁ ଆଧାର କରି ଓଡ଼ିଶା କୋଭିଡ଼-୧୯ ରେଗୁଲେସନ ଆଇନର ୪ ସି ଅଧ୍ୟାଦେଶକୁ ଭଙ୍ଗ କରିଥିବା ଅଭିଯୋଗରେ ଗୌରେନମୁଣ୍ଡା ସରପଂଚ ମାଳବ ସାହୁଙ୍କୁ ଆସନ୍ତା ତିନିଦନ ଭିତରେ ଏକଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇ ନୋଟିସ ସର୍ଭ କରିଥିଲେ । ଏବଂ ଏହାର ଅବମାନନାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରହିଥିବା ନୀର୍ଦ୍ଦେଶାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଂଚଞ୍ଚ ଶ୍ରୀ ସାହୁଙ୍କୁ ଚେତାବନୀ ଦେଇ ଏହାର ଏକକିତା ଲେଖାଏଁ ନକଲ ବରଗଡ଼ ପିଡ଼ି ଡ଼ିିଆରଡ଼ିଏ ଓ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଗାଇସିଲାଟ ବିଡ଼ିଓ ନିରଞ୍ଜନ ସାଙ୍କ ପତ୍ରସଂଖ୍ୟା ୩୧୪୭/୨୯.୦୯.୨୦୨୦ରୁ ସ୍ପଷ୍ଟ ଜଣାପଡ଼ିଛି । ତେବେ ଏନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପଚରାଯିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ