Masthead

ଧୀରେ ଧୀରେ ଦଳ ଠାରୁ ମୋତେ ଅଲଗା କରାଯାଉଛି: ସଞ୍ଜୁକ୍ତା ମହଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଗାଡ଼ି ଅଟକାଇଲା ପୋଲିସ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ପୋଲିସ ଅଟକାଇଲା। ପୋଲିସ ଅଟକାଇବା ପରେ ମୁହଁ ଖୋଲିଲେ ସଂଯୁକ୍ତା । କହିଲେ ମୋତେ ଡକାନଯିବାରୁ ବାଧ୍ୟ ହୋଇ ଆଜି ମୁଁ ଭେଟିବାକୁ ଆସିଛି। ୨୨ ବର୍ଷ ହେଲା କାମ କରୁଛି, କିନ୍ତୁ ନବୀନ ନିବାସକୁ ଛଡ଼ାଯାଉନି। ମୁଁ ଥାନାରେ ଏତଲା ଦେଇଛି, କିନ୍ତୁ ଏତଲା ଅନୁସାରେ ଦଫା ଲାଗିନି ।

ମୋତେ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଇଥିବା ଏତଲା କରିଥିଲି। କିନ୍ତୁ ଦଫା ଲାଗିଛି ଯେ ମୋର ପୂର୍ବତନ ମନ୍ତ୍ରୀଙ୍କ ସହ ଝଗଡ଼ା ହୋଇଛି। ଏସବୁ ଜଣାଇବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲି। ଏସବୁ ଦଳର ମୁଖିଆ ଜାଣୁଛନ୍ତି କି ନାହିଁ ମୁଁ ଜାଣିନି, ଭେଟିବାକୁ ଆସିଛି । ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେଲା ମୁଁ ଜାଣିପାରିଲାନି । ସେଥିପାଇଁ ମୁଁ ଦଳର ମୁଖିଆଙ୍କ ନିକଟକୁ ଆସିଛି ।

ମୁଁ ୮ ଦିନ ପୂର୍ବରୁ ଦେଖା କରିବାକୁ ଅନୁମତି ମାଗିଥିଲି ସେତେବେଳେ କୁହାଗଲା ଖୁବଶୀଘ୍ର ଦଳର ମୁଖିଆଙ୍କ ସହ ଭେଟ କରାଯିବ ବୋଲି କିନ୍ତୁ ସେମିତି ନହେବାରୁ ମୁଁ ଆସିଛି । ମୋର ମାନ ସମ୍ମାନ ସବୁ ଧ୍ୱଂସ ହୋଇଯାଇଛି । ସେନେଇ ମୁଁ ମୁଖିଆଙ୍କୁ ଜଣାଇବାକୁ ଆସିଛି । ଧୀରେ ଧୀରେ ଦଳ ଠାରୁ ମୋତେ ଅଲଗା କରାଯାଉଛି । ଜୀବନର ଶେଷ ବିନ୍ଦୁ ଥିବା ଯାଏଁ ଲଢେଇ କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା