Masthead

ଚତୁର୍ଥ ଦିନରେ କର୍ପୋରେଟରଙ୍କ ଧାରଣା

କଟକ(ବଡ଼ ଖବର ବ୍ୟୁରୋ): ଚତୁର୍ଥ ଦିନରେ ପହଞ୍ଚିଲା ସିଏମସି ଭିତରେ କର୍ପୋରେଟରଙ୍କ ଧାରଣା । ସିଏମସି କାଉନସିଲ ବୈଠକ ଗୃହ ପାଲଟିଛି ଧାରଣାସ୍ଥଳ । ଧାରଣାସ୍ଥଳକୁ ଯାଇ କର୍ପୋରେଟରଙ୍କୁ ଭେଟିଥିଲେ ବିଧାୟକ ସୁର ରାଉତରାୟ, ମହମ୍ମଦ ମୋକିମ । ଅର୍ବାନ ହାଟ ପିଣ୍ଡି ଆବଣ୍ଟନ, ସହରର ମଶା ସମସ୍ୟା, ବାଲିଯାତ୍ରା ଦୁର୍ନୀତି, ହାଡ଼ିଆ ପଠା ଜମି ଦୁର୍ନୀତି ନେଇ ହୋ ହାଲ୍ଲା କରିବା ସହ ମେୟରଙ୍କୁ ଘେରିଥିଲେ ବିରୋଧୀ କର୍ପୋରେଟର । ଫଳରେ ଶାସକ ଏବଂ ବିରୋଧୀ କର୍ପୋରେଟର ମୁହାଁମୁହିଁ ହୋଇ ଥିବାର ଦେଖିବାକୁ ମିଳିଥିଲା । ତେବେ ବିରୋଧୀ ଗୋଷ୍ଠୀକୁ କାଉଣ୍ଟର କରିବା ପାଇଁ ଶାସକ ଗୋଷ୍ଠୀମାନେ ମଧ୍ୟ କହିଛନ୍ତି ଏପରି କରିବା ଦ୍ବାରା ସିଏମସି ବୈଠକ କୌଣସି ଫଳପ୍ରଦ ହେଉ ନାହିଁ । ବିରୋଧୀ ଉଚିତ୍ ଢଙ୍ଗରେ ନିଜର ବକ୍ତବ୍ୟ ରଖିବା ଉଚିତ୍ । ଅପର ପକ୍ଷରେ ମେୟର କହିଛନ୍ତି ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ସ୍ୱାଭାବିକ । ତେବେ ବିରୋଧର ଢଙ୍ଗ ସଠିକ୍ ହେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ