Masthead

ସିଏମସି କାଉନସିଲ ବୈଠକ ଗୃହ ପାଲଟିଛି ଧାରଣା ସ୍ଥଳ

କଟକ (ବଡ଼ ଖବର ବ୍ୟୁରୋ):କଟକ ମହାନଗର ନିଗମର ୧୯ତମ ସାଧାରଣ ଅଧିବେଶନ କଟକ ସିଏମସି ବୈଠକ ହଲରେ ଅନୁଷ୍ଠିତ ହୋଇଯାଇଛି । ଅର୍ବାନ ହାଟ ପିଣ୍ଡି ଆବଣ୍ଟନ,ସହରର ମଶା ସମସ୍ୟା,ବାଲିଯାତ୍ରା ଦୁର୍ନୀତି, ହାଡ଼ିଆ ପଠା ଜମି ଦୁର୍ନୀତି ନେଇ ହୋ ହାଲ୍ଲା କରିବା ସହ ମେୟରଙ୍କୁ ଘେରିଥିଲେ ବିରୋଧୀ କର୍ପୋରେଟରମାନେ । ଫଳରେ ଶାସକ ଏବଂ ବିରୋଧୀ କର୍ପୋରେଟର ମୁହାଁମୁହିଁ ହୋଇ ଥିବାର ଦେଖିବାକୁ ମିଳିଛି । ତେବେ ବିରୋଧୀ ଗୋଷ୍ଠୀଙ୍କୁ କାଉଣ୍ଟର କରିବା ପାଇଁ ଶାସକ ଗୋଷ୍ଠୀମାନେ ମଧ୍ୟ କହିଛନ୍ତି ଯେ – ଏପରି କରିବା ଦ୍ୱାରା ସିମେସି ବୈଠକ କୌଣସି ଫଳପ୍ରଦ ହେଉ ନାହିଁ ଏବଂ ବିରୋଧୀ ଉଚିତ୍ ଢଙ୍ଗରେ ନିଜର ବକ୍ତବ୍ୟ ରଖିବା ଉଚିତ୍ । ଅପର ପକ୍ଷରେ ମେୟର କହିଛନ୍ତି ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ସ୍ୱାଭାବିକ । ତେବେ ବିରୋଧର ଢଙ୍ଗ ସଠିକ୍ ହେବା ଆବଶ୍ୟକ । ଏହାରି ମଧ୍ୟରେ ଗୃହରେ ବୈଠକ ବନ୍ଦ କରି ମେୟର ନିଜ ପ୍ରକୋଷ୍ଟକୁ ଚାଲି ଯାଇଥିଲେ । ଏହାପରେ ବିରୋଧୀ ଦଳ କର୍ପୋରେଟର ମାନେ କାଉନସିଲ ବୈଠକ ଗୃହ ଭିତରେ ଅନଶନରେ ବସି ଯାଇଥିଲେ । ଆଜି ୨୪ ଘଣ୍ଟାରୁ ଅଧିକ ସମୟ ବିତା ଯାଇଥିବା ବେଳେ ସିଏମସି ମେୟର ଓ କମିଶନର ଆସି ବିରୋଧୀ ଦଳ କର୍ପୋରେଟରଙ୍କ ସହିତ ଆଲୋଚନା କରି ନଥିଲେ ।

ଆନ୍ଦୋଳନର ଦ୍ଵିତୀୟ ଦିନରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିଂଙ୍କ ନେତୃତ୍ୱରେ କଂଗ୍ରେସ ଦଳର କର୍ମୀ ମାନେ ସିଏମସି ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ସହିତ ସିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥଲେ । ଅପରାହ୍ନରେ ବିଜେପି ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଦଳର ସବୁ ତୁଙ୍ଗ ନେତା ମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥଲେ। ଏହା ବ୍ୟତୀତ ବିଜେପି ଦଳର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ମଧ୍ୟ ଆନ୍ଦୋଳନକାରୀଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥଲେ । ଗତ କାଲି ଠାରୁ କଂଗ୍ରେସ ଦଳ କର୍ମୀ ମାନେ, ସିଏମସି ଗେଟ୍ ସମ୍ମୁଖରେ ଧାରଣାରେ ବସିଥିବା ବେଳେ, ଆଗମୀ ୨୦ ତାରିଖରେ ବିଜେପି ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଏହି ଆନ୍ଦୋଳନ ରୂପକ ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ମାନେ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା