Masthead

ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ: ବାଇଡେନ

(ବଡ଼ ଖବର ବ୍ୟୁରୋ): କାବୁଲ ଏୟାରପୋର୍ଟରେ ସିରିଜ୍ ବିସ୍ଫୋରଣ । ଗୁରୁବାର ଏୟାରପୋର୍ଟ ଗେଟ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୪୦ ମୃତ ଓ ୧୨୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ବରୁଣ ହୋଟେଲ ଓ ତରାଜ ସେନା ନିକଟରେ ହୋଇଛି ବିସ୍ଫୋରଣ ।  ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ମୃତକଙ୍କ ମଧ୍ୟରେ ଅନେକ ଆମେରିକୀୟ ସୈନ୍ୟ ରହିଛନ୍ତି ।

ତେବେ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆକ୍ରମଣ ପରେ ହ୍ୱାଇଟ ହାଉସରୁ ଏକ ସମ୍ବୋଧନରେ ଜୋ ବାଇଡେନ କହିଛନ୍ତି, ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ ।

କାବୁଲ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବୁ । ଆମେ ଆମର ସହଯୋଗୀଙ୍କୁ ବାହାର କରିବୁ । ଆମର ମିଶନ ଜାରି ରହିବ ବୋଲି ବାଇଡେନ ନିଜର ସମ୍ବୋଧନରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’