Masthead

ବିଦ୍ୟୁତ ଦର ବୃଦ୍ଧି ଅପରିଣାମଦର୍ଶୀ ଓ ଅମାନବୀୟ

ଭୁବନେଶ୍ୱର : ବଡ଼ ଦୁଃଖ ଓ ପରିତାପର ବିଷୟ କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି ବୋଲି କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି । ସମସ୍ତ ଦୋକାନୀ କ୍ଷ୍ୟୁଦ୍ର ଓ ମଧ୍ୟମଧରଣର କଳକାରଖାନା ଏପର୍ଯ୍ୟନ୍ତ ଅଂଟାସଳଖି ନାହାନ୍ତି । ସେହି ସମୟରେ ବିଦ୍ୟୁତ ଦର ବୃଦ୍ଧିକରି ଚାପ ସୃଷ୍ଟି କରିବା ଓଇଆରସିର ବିଚାର ଆଦୌ ଠିକ୍ ମାର୍ଗରେ ଯାଇନାହିଁ । ରାଜ୍ୟ ସରକାର ମଧ୍ୟ ଏହା ବନ୍ଦ କରିବାକୁ ଉଦ୍ୟମ କରିନାହାନ୍ତି । ଏପରି ଦର ବୃଦ୍ଧି କ୍ରସ ସବସିଡ୍ ହିସାବକୁ ନେଲେ ୟୁନିଟ୍ ପିଛା ୭ଟଙ୍କାରୁ ୮ ଟଙ୍କା ପାଖାପାଖି ହୋଇଛି । ଯେଉଁ ସମୟରେ ରାଜ୍ୟର ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳବିଦ୍ୟୁତରୁ ଆସୁଛି ଏବଂ ୧୦ଭାଗ ସୋଲାର ଏନର୍ଜି ବା ସୌରଶକ୍ତିରୁ ଆସୁଛି । ସମସ୍ତ ଫର୍ମାଲ ବିଦ୍ୟୁତ ଉତ୍ପାଦନ ଓ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟ ମୂଲ୍ୟ ସର୍ବମୋଟ ଟ ୨.୮୦ ପଇସାରୁ ଉର୍ଦ୍ଧ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ ଥାଇ ବିକ୍ରିଖର୍ଚ୍ଚ କାହିଁକି ବଢ଼ାଗଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି । ସେ ଆହୁରି ମଧ୍ୟ ପଚାରିଛନ୍ତ ବିଭିନ୍ନ ବିତରକ କମ୍ପାନୀ ଉପରେ ବକେୟା ଥିବା ଅର୍ଥ ପାଖାପାଖି ୨ ହଜାର କୋଟି ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ବାକି ରହିଥିବା ୪ହଜାର କୋଟି ଟଙ୍କା ସରକାର ଆଦାୟ କରିନାହାନ୍ତି । ରାଜ୍ୟ ସରକାରଙ୍କ ଉପରେ ବାକିଥିବା ପାଖାପାଖି ୨.୫ ହଜାର ଟଙ୍କା ମଧ୍ୟ ଆଦାୟ ହୋଇନାହିଁ । ଓଇଆରସି ତଥା ରାଜ୍ୟ ସରକାର ଏ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟିକରଣ ଦେବା ଉଚିତ୍ । ରାଜ୍ୟର ସବୁବର୍ଗର ଉପଭୋକ୍ତା ଏପରି ଅଯୁକ୍ତିକ ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ସେ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି