Masthead

ପ୍ରତିଶ୍ରୁତି ପରେ ଉଠିଲା ୨ ଶବ ।

ରାଜନଗର: ରାଜନଗର ବ୍ଲକ୍‌ ମହୁଲିଆ ପଂଚାୟତ ଅନ୍ତର୍ଗତ ମାଣପଡା ଗାଁର ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ପତିତପାବନ ନାଥଙ୍କ ପତ୍ନୀ ପ୍ରମିଳା ଓ ତାଙ୍କ ଝିଅ ସତ୍ୟପ୍ରିୟା, ଦୁହିଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତିନି ଦିନ ହେଲା ଘର ଆଗରେ ମା ଝିଅଙ୍କ ଶବ ପଡ଼ିଥିଲେ ମଧ୍ୟ ସତ୍କାର ହେଉନଥିଲା । କାରଣ ଗ୍ରାମବାସୀଙ୍କ ଗୋଟିଏ ଜିଦ୍ ପ୍ରଥମେ ହତ୍ୟାକାରୀଙ୍କୁ ଗିରଫ କର ତାପରେ ଗାଁ ଦାଣ୍ଡରୁ ଶବ ଉଠିବ।ଦାବୀ କରି ଗାଁ ରାସ୍ତାରେ ବସି ରହିଥିଲେ । ତେବେ ପୋଲିସ ଅବହେଳା କରୁଥିବା କହି ଏ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିବା ତହସିଲଦାର,ଆଇଆଇସି ଓ ବିଡିଓଙ୍କୁ ଅଟକ ରଖିଥିଲେ । ପରେ ଗ୍ରାମବାସୀ ଓ ପ୍ରଶାସନ ଅଧିକାରୀ ଙ୍କ ଆଲୋଚନା ହୋଇଥିଲା।ତେବେ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ଭିତରେ ଆସାମୀ ଙ୍କୁ ଗିରଫ ଓ ଶବ ସଂତ୍କାର ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ମାନେ ଦୁଇ ଶବକୁ ସଂତ୍କାର କରିଥିଲେ।
ଗତ ଶନିବାର ଏହି ଗାଁର ପ୍ରମିଳା ନାଥ ନାମକ ଜଣେ ମହିଳା ନିଖୋଜ ହୋଇଥିଲେ । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ମହିଳା ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କିମ୍ବା ତାଙ୍କୁ ମାରିଦିଆ ଯାଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥାକି ମା’ଙ୍କ ନିଖୋଜ ସମ୍ପର୍କରେ ଖୋଜ ଖବର ନପାଇ ଝିଅ ଭାଙ୍ଗିପଡିଥିବା ବେଳେ ଗାଁ ର ସମ୍ପର୍କୀୟ ମାମୁଁ ଙ୍କ ପୁଅ ସଞ୍ଜୟ ବେହେରା ଆଶ୍ବାସନା ଦେଇ ରାତିରେ ଘରେ ରଖିଥିଲେ । କିନ୍ତୁ ରବିବାର ସଖାଳୁ ଝିଅର ମୃତଦେହ ମାମୁଁଙ୍କ ଘର ବାଡି ପୋଖରୀରୁ ମିଳିଥିଲା । ରବିବାର ସକାଳେ ଝିଅର ଶବ ମାମୁଁ ଘର ପୋଖରୀରୁ ମିଳିଥିବା ବେଳେ ମା’ଙ୍କ ଶବ ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ମିଳିଛି । ଏହି ଦୁଇ ଘଟଣାକୁ ହତ୍ୟାକାଣ୍ଡ ଅଭିଯୋଗ କରିଥିଲେ ମୃତା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ । ପତିତପାବନ ମାଣପଡା ଗାଁରେ ଘରଜ୍ବାଇଁ ଭାବେ ରହି ଆସୁଥିଲେ । ପାରିବାରିକ ବିବାଦ ହେତୁ ପତିତପାବନ ସ୍ତ୍ରୀ ଓ ପିଲାମାନଙ୍କୁ ଶ୍ବଶୁରଘର ଗାଁରେ ଛାଡି ନିଜ ଗାଁ ମହାକାଳପଡାର ବାବର ଗାଁରେ ରହୁଥିଲେ । ମାଣପଡା ଗାଁରେ ସ୍ତ୍ରୀ ପ୍ରମିଳା ଓ ତାଙ୍କର ଦୁଇ ଝିଅ ରହୁଥିଲେ । ବାପଘର ଗାଁରେ ରହୁଥିବାରୁ ପ୍ରମିଳାଙ୍କର ବାପଘର ଲୋକ ମାନଙ୍କ ସହିତ ମିଳିଚୁଳି ଚଳୁଥିଲ । ପ୍ରମିଳାଙ୍କ ନିକଟରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କାକୁ ପ୍ରମିଳାଙ୍କ ଭାଇଙ୍କ ପୁଅ ନେଇ ଫେରାଉ ନଥିଲେ । ଏହି ଟଙ୍କା ପାଇଁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପ୍ରମିଳାଙ୍କ ଝିଅ କହିଛନ୍ତି । ରାତିରେ ଅବିବାହିତ ୨୨ ବର୍ଷିୟା ମଝିଆ ଝିଅ ସତ୍ୟପ୍ରିୟାଙ୍କୁ ମାମୁଁଘର ଲୋକେ ହତ୍ୟା କରି ବାଡି ଗାଡିଆରେ ଶବ ଲୁଚାଇ ଦେଇଥିବା ବେଳେ ବ୍ୟବଚ୍ଛେଦ ବେଳେ ସେ ଗର୍ଭବତୀ ଥିବା ଜଣା ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ଭଉଣୀ ।
୩ ଦିନ ଧରି ଶବ ପଡ଼ିରହିବା ଯୋଗୁଁ ଗାଁରେ ଠାକୁର ପୂଜା ମଧ୍ୟ ବନ୍ଦ ରହିଥିଲା। ଏଣେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ସଭ୍ୟ ସମାଜରେ ଏହିଭଳି ଏକ ଘଟଣା ଦୁର୍ଭାଗ୍ୟଜନକ ଓ ମୃତଙ୍କ ପ୍ରତି ଏହା ଅସମ୍ମ‌ାନ ବୋଲି ବହୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା