Before Header

ଅଭିନେତ୍ରୀ ମୃଣାଳ ଠାକୁର ଙ୍କ ମନମାନୀ

ଦର୍ଶକ ଙ୍କ ସହ ବାଣ୍ଟୁଛନ୍ତି କ୍ୟାରିୟର ସଙ୍ଘର୍ଷ ର ଅଭିଜ୍ଞତା |

0 19

ବଲିଉଡ଼ ହେଉ କି ଓଲିଓଡ଼ ସବୁଠି କଳାକାର ଙ୍କୁ ଅଭିନୟ ପାଇଁ ସଙ୍ଘର୍ଷ କରିବାକୁ ପଡେ | ‘ସୁପର ଥାର୍ଟି’ ଫିଲ୍ମର ନାୟିକା ମୃଣାଳ ଠାକୁର । ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ସେ କାଳେ ଫିଲ୍ମ ‘ଦଙ୍ଗଲ’ ପାଇଁ ଅଡିସନ୍‌ ଦେଇଥିଲେ । ଦଙ୍ଗଲ ପାଇଁ ସେତେବେଳେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅଡିସନ୍‌ କରୁଥିଲେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବରା । ମୃଣାଳ ସେତେବେଳେ ଚୂଡ଼ାନ୍ତ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପକ୍କା କରିସାରିଥିଲେ । ଗୋଟିଏ ପଟେ ତାଙ୍କୁ ଧାରାବାହିକର ଏକ ମହାପର୍ବର ସୁଟିଂ ପାଇଁ ଯିବାର ଥିଲା । ଅନ୍ୟପଟେ ଫିଲ୍ମର ୱାର୍କସପ୍‌ ବାକି । କିନ୍ତୁ ସେହି ସୁଟିଂକୁ ଯାଇ ‘ଦଙ୍ଗଲ’ରୁ ବାଦ୍‌ ପଡ଼ିଥିଲେ ମୃଣାଳ । ସେ ଏହା ବି ଜଣାଇଛନ୍ତି ତାଙ୍କୁ କାଳେ ଏକ ସମୟରେ ଟିଭିର ସହଅଭିନେତାମାନଙ୍କସହିତ ସୋସିଆଲ୍‌ ମିଡିଆରେ ଫଟୋ ଅପଲୋଡ୍‌ କରିବା ପାଇଁ ମଧ୍ୟ ନିଷେଧ ରାଯାଇଥିଲା ।କିନ୍ତୁ ଅତୀତକୁ ସଂପୂର୍ଣ୍ଣ ପାସୋରି ଦେଇ ଆଗକୁ ବଢ଼ିବାକୁ ଚାହିଁ ନଥିଲେ ମୃଣାଳ । ତେଣୁ ସେ ନିଜ ଇଚ୍ଛାନୁସାରେ ଫଟୋ ଅପଲୋଡ୍‌ କରୁଥିଲେ । ଛୋଟ ପରଦାରୁ ବଡ଼ ପରଦାକୁ ଆସୁଥିବା ଅଭିନେତା, ଅଭିନେତ୍ରୀମାନଙ୍କ ପ୍ରତି ବଲିଉଡ୍‌ର ଆଚରଣ ଟିକେ ଭିନ୍ନ ଧରଣର । ତାଙ୍କୁ ମଞ୍ଚରେ କଥା କହିବାକୁ ସୁଯୋଗ ମିଳିନଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ।।

Leave A Reply

Your email address will not be published.