Masthead

ଭଡ଼ା ଗାଡ଼ି ଡ୍ରାଇଭର ଙ୍କୁ ଅପହରଣ !

ବଡ଼ ଖବର ବ୍ୟୁରୋ । ଭୁବନେଶ୍ୱର
ଭଡାରେ ଗାଡି ଆଣି ଡ୍ରାଇଭରକୁ ଅପହରଣ କରି ନେଉଥିବା ବେଳେ ପୋଲିସ ହାତରେ ଧରାପଡିଲେ ତିନି ଅଭିଯୁକ୍ତ,ଜଣେ ଚମ୍ପଟ।ସୂଚନା ମୁତାବକ,ଗତକାଲି ରାତି ୩ଟାରେ ଦୁଇଜଣ ଯୁବକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ଆଳି ଯିବା ପାଇଁ ଏକ ଗାଡି ଭଡାରେ ଆଣିଥିଲେ , ତେବେ ସାଲେପୁର ହେବାପରେ ପିପିଲି ନହଳାପଡାର ଡ୍ରାଇଭର ଅଜୟ ନାୟକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅପହରଣ କରି ଗୋଡାହାତ ଓ ପାଟିକୁ ବାନ୍ଧି ଉକ୍ତ ଗାଡିର ଡିକିରେ ପକାଇ ଦେଇଥିଲେ।ସକାଳୁ ଦୁଇଜଣ ଯୁବକ ପଟ୍ଟାମୁଣ୍ଡାଇ ଓ ରାଜନଗର ବିଭିନ୍ନ ଅଂଚଳରେ ଗାଡିକୁ ବୁଲାଇବା ସହ ମାଳିପୁର ଶାସନରୁ ଅନ୍ୟ ଦୁଇ ଯୁବକଙ୍କୁ ଉଠାଇ ପଟ୍ଟାମୁଣ୍ଡାଇ ଫେରିଥିଲେ।ତେବେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ହଠାତ ରାସ୍ତା ଜାମ ହୋଇଯିବା ଓ କୌଣସି ପ୍ରକାରର ଡିକିର ଲକ ଖୋଲିଯିବା ପରେ ଡ୍ରାଇଭର ଅଜୟ ଗାଡି ତଳକୁ ଖସି ଆସିଥିଲେ।ଲୋକମାନେ ଏଭଳି ଦୃଶ୍ୟକୁ ଦେଖି ହୋ ହଲ୍ଲା କରିବା ପରେ ଚାରିଜଣ ଯୁବକ ଗାଡି ଛାଡି ନିକଟସ୍ଥ ବିଲ ମଧ୍ୟକୁ ଦୌଡ଼ି ପଳାଇଥିଲେ।ପରେ ପଟ୍ଟାମୁଣ୍ଡାଇ ପୋଲିସ ଖବର ପାଇ ଲୋକମାନଙ୍କ ସହ ଚାରିଜଣ ଯୁବକଙ୍କୁ ଖୋଜାଖୋଜି କରିବ ଜଣଙ୍କ ପରେ ଜଣେ ମୋଟ ତିନିଜଣଙ୍କୁ କାବୁ କରି ପଚରାଉଚୁରା କରୁଛି।ଅଜୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏହି ଅପହରଣ ଗାଡି ପାଇଁ ଥିଲା ନା ଆଉକିଛି ସେନେଇ ପୋଲିସ ତଦନ୍ତ ଚଲାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ