Masthead

ଭର୍ଚୁଆଲ୍ ପ୍ଲାଟଫର୍ମରେ ନାଲକୋର 39ତମ ବାର୍ଷିକ ସାଧାରଣ ବୈଠକ ଆୟୋଜିତ

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ର 39ତମ ବାର୍ଷିକ ସାଧାରଣ ବୈଠକ ଆଜି ଭୁବନେଶ୍ୱରଠାରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ନାଲକୋର ସି.ଏମ୍.ଡି. ଶ୍ରୀ ଶ୍ରୀଧର ପାତ୍ର ମତ ପ୍ରକାଶ କରି କହିଛନ୍ତି ଯେ 2019-20 ଆର୍ଥିକ ବର୍ଷ ନାଲକୋ ପାଇଁ ମିଶ୍ରିତ ଫଳାଫଳର ବର୍ଷ ଥିଲା । ଦର ହ୍ରାସ ତଥା ବର୍ଷର ଶେଷ ତ୍ରୈମାସରେ କୋଭିଡ୍-19 ମହାମାରୀର ପ୍ରଭାବ ସହିତ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ବ୍ୟବସାୟିକ ପରିସ୍ଥିତି ସତ୍ତ୍ୱେ ପ୍ଲାଣ୍ଟ୍, ଉତ୍ପାଦନ, ଉତ୍ପାଦକତା ଏବଂ ଲୋକଙ୍କ ପ୍ରତି ବିଶେଷ ଧ୍ୟାନ କେନ୍ଦ୍ରୀତ କରା ଯାଇଥିଲା । ନିରନ୍ତର ସ୍ଥାୟିତ୍ୱ ନାଲକୋରେ ମୁଖ୍ୟ ବ୍ୟବସାୟିକ ପ୍ରକ୍ରିୟାର ଏକ ଅଙ୍ଗ ଅଟେ । ଏହି ବର୍ଷ ନାଲକୋ ଔଦ୍ୟୋଗିକ ନେତୃତ୍ୱ ନେବା ସହିତ ପ୍ରଗତିର ସାଥୀ ଭାବେ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି ।

ମୁଖ୍ୟାଂଶ
• ପଞ୍ଚପଟମାଳି ବକ୍ମାଇଟ୍ ମାଇନ୍ସରୁ 73.02 ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ ହୋଇଅଛି, ଯାହାକି ଏକ ସର୍ବକାଳୀନ ରେକର୍ଡ୍ ଅଟେ ।
• ଦାମନଯୋଡ଼ି ସ୍ଥିତ ଆଲୁମିନା ରିଫାଇନେରୀରୁ 102.9 ପ୍ରତିଶତ କ୍ଷମତା ଉପଯୋଗ କରି 21.61 ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରା ଯାଇଛି (ନିର୍ଦ୍ଧାରିତ ଉତ୍ପାଦନ କ୍ଷମତା 21 ଲକ୍ଷ ଟନ୍) ଯାହା ମଧ୍ୟ ଏକ ସର୍ବକାଳୀନ ରେକର୍ଡ୍ ଅଟେ ।
• ଆଲୁମିନିୟମ୍ ସ୍ମେଲ୍ଟର୍ ପ୍ଲାଣ୍ଟ ସର୍ବନିମ୍ନ 13,367 KWhr/Tonne ଡି.ସି. ବିଦ୍ୟୁତ ଶକ୍ତି ବ୍ୟବହାର କରିବା ସହ ସର୍ବନିମ୍ନ 422.8 Kg/Tonne କାର୍ବନ୍ ବ୍ୟବହାର କରିଅଛି ।
• ଉଡ୍ ମାକେଞ୍ଜି ଦ୍ୱାରା 2019-20 ବର୍ଷ ପାଇଁ ନାଲକୋ ବିଶ୍ୱରେ ସବୁଠାରୁ କମ୍ ଖର୍ଚ୍ଚ ବିଶିଷ୍ଟ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନକାରୀ ଉଦ୍ୟୋଗ ଭାବେ ବିବେଚିତ ହୋଇଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ