Masthead

ପ୍ରଚାର ମଇଦାନରେ ରୂପାଲୀ ଲେଙ୍କା

ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ନିଜର ଟିକେଟକୁ ନେଇ ଟେନସନ ରେ ଥିଲାବେଳେ ସ୍ୱାଧୀନ ପ୍ରାର୍ଥୀନୀ ଭାବରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ରୂପାଲୀ ଲେଙ୍କା ତାଙ୍କର ସ୍ୱାମୀ ଲୋକନାଥ ଲେଙ୍କାଙ୍କ କର୍ମ ଭୂମିରୁ ଏକ ବିଶାଳ ଶ୍ରମିକ ସମାବେଶ ରୁ ପ୍ରଚାର ଆରମ୍ଭ କରିଛନ୍ତି । ଆଜି କଟକ ଷ୍ଟେସନ ବଜାର ସ୍ଥିତ ଏକ ଖୋଲା ପଡିଆରେ ଶ୍ରମିକ ସମାବେଶରେ ଅଟୋ ଚାଳକ ମହାସଂଘର ଉପସ୍ଥିତି ରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଜଣେ ଅଟୋ ଚାଳକ ରୁ ବିଧାନସଭା କୁ ଯିବାକୁ ସ୍ବପ୍ନ ଦେଖୁଥିବା ପ୍ରାର୍ଥୀନୀଙ୍କୁ ଅଟୋ ସଙ୍ଘର ସମସ୍ତ ସଦସ୍ୟ କରତାଳି ଦେଇ ସ୍ୱାଗତ କରିଥିଲେ ।

ଚଳିତ ନିର୍ବାଚନରେ ରୁପାଲୀ ପାଇଁ ପ୍ରଚାର କରିବା ସହିତ ତାଙ୍କୁ ଜିତାଇବା ପାଇଁ ଭରପୁର ଉଦ୍ୟମ କରିବେ ବୋଲି ବିଜୟ ବାରିକ ପ୍ରକାଶ କରିଥିଲେ । କଟକ ର ଭାଇଚାରା ଓ ଭଉଣୀ ହିସାବରେ ନିର୍ବାଚନ ରେ ସାଧାରଣ ମହିଳା ଓ ଗରିବ ଲୋକଙ୍କ ପାଇଁ ପ୍ରାର୍ଥୀନୀ ହୋଇଛନ୍ତି ବୋଲି ରୂପାଲୀ ଲେଙ୍କା ପ୍ରକାଶ କରିବା ସହିତ ଅଂଚଳର ସମସ୍ତ ମୁସଲିମ ଭାଇଓ ଭଉଣୀ ମାନଙ୍କୁ ଇଦ ପର୍ବର ଅଭିନନ୍ଦନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା