ବାଘ ଆତଙ୍କରେ ଭୟଭୀତ ନୂଆପଡ଼ାବାସୀ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ବାଘ ଆତଙ୍କରେ ଭୟଭୀତ ନୂଆପଡାବାସୀ। ନୂଆପଡ଼ାର ଟାନୱାଟ ଗାଁରେ ବାଘ । ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଟାନୱଟ ଗାଁରେ ବିଦ୍ୟୁତ ବିଭାଗ କର୍ମଚାରୀ ବାଘ ଦେଖିଥିବା ଜଣା ପଡ଼ିଛି। ଅନ୍ୟପଟେ ତରିଆମହୁଆଭଟ୍ଟା ଗାଁ ନିକଟରେ ପୁଣି ଏକ ଗାଈକୁ ମାରିଛି ବାଘ। ଗତ କାଲି ସନ୍ଧ୍ୟା ସମୟରେ ଟାନୱାଟ ପାଣି ଟାଙ୍କି ନିକଟକୁ ଲାଇନ କାମ ପାଇଁ ଯାଇଥିବା ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ଓ ତାଙ୍କ ସହଯୋଗୀ ବାଘ ଦେଖି ଜୀବନ ବିକଳରେ ପଳାଇ ଯାଇଥିଲେ।

ସେପଟେ ଆମାନାରା ବିଟ ଅଞ୍ଚଳରେ ଆକ୍ରମଣ କରୁଥିବା ବାଘ ଏକ କଲରାପତରିଆ ବୋଲି ସିସି ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। କେତେବେଳେ ମଣିଷ ତ କେତେବେଳ ଗାଈବାଛୁରୀ ଆକ୍ରମଣ କରିଥିବା ବାଘ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ସତର୍କ ରହିବା ପାଇଁ ସଚେତନ କରୁଥିବା ସହିତ ବାଘର ଗତିବିଧି ଉପରେ ନଜର ରଖୁଛି। ଗୃହ ପାଳିତ ପଶୁ ପକ୍ଷଙ୍କୁ ଅନ୍ୟଥା ରାତି ସମୟରେ ଘରୁ ନ ଛାଡିବାକୁ ଅନୁରୋଧ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!