Masthead

ବାଘ ଆତଙ୍କରେ ଭୟଭୀତ ନୂଆପଡ଼ାବାସୀ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ବାଘ ଆତଙ୍କରେ ଭୟଭୀତ ନୂଆପଡାବାସୀ। ନୂଆପଡ଼ାର ଟାନୱାଟ ଗାଁରେ ବାଘ । ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଟାନୱଟ ଗାଁରେ ବିଦ୍ୟୁତ ବିଭାଗ କର୍ମଚାରୀ ବାଘ ଦେଖିଥିବା ଜଣା ପଡ଼ିଛି। ଅନ୍ୟପଟେ ତରିଆମହୁଆଭଟ୍ଟା ଗାଁ ନିକଟରେ ପୁଣି ଏକ ଗାଈକୁ ମାରିଛି ବାଘ। ଗତ କାଲି ସନ୍ଧ୍ୟା ସମୟରେ ଟାନୱାଟ ପାଣି ଟାଙ୍କି ନିକଟକୁ ଲାଇନ କାମ ପାଇଁ ଯାଇଥିବା ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ଓ ତାଙ୍କ ସହଯୋଗୀ ବାଘ ଦେଖି ଜୀବନ ବିକଳରେ ପଳାଇ ଯାଇଥିଲେ।

ସେପଟେ ଆମାନାରା ବିଟ ଅଞ୍ଚଳରେ ଆକ୍ରମଣ କରୁଥିବା ବାଘ ଏକ କଲରାପତରିଆ ବୋଲି ସିସି ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। କେତେବେଳେ ମଣିଷ ତ କେତେବେଳ ଗାଈବାଛୁରୀ ଆକ୍ରମଣ କରିଥିବା ବାଘ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ସତର୍କ ରହିବା ପାଇଁ ସଚେତନ କରୁଥିବା ସହିତ ବାଘର ଗତିବିଧି ଉପରେ ନଜର ରଖୁଛି। ଗୃହ ପାଳିତ ପଶୁ ପକ୍ଷଙ୍କୁ ଅନ୍ୟଥା ରାତି ସମୟରେ ଘରୁ ନ ଛାଡିବାକୁ ଅନୁରୋଧ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ