Masthead

ମଣିଷ ଖିଆ ବାଘ ଯୋଗୁଁ ଲୋକେ ଭୟଭୀତ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ନୂଆପଡ଼ାରେ ବାଘ ଆତଙ୍କ । ମଣିଷ ଖିଆ ବାଘ ଯୋଗୁଁ ଲୋକେ ଭୟଭୀତ । କେତେବେଳେ ମଣିଷ ମାରି ଖାଉଛି ତ କେତେବେଳେ ଗାଇ ବାଛୁରୀ ମାରି ଖାଉଛି ବାଘ । ବାଘ ଭୟରେ ଲୋକେ ଘରୁ ବାହାରିବା ବି ବନ୍ଦ କରି ସାରିଲେଣି ।

ନୂଆପଡ଼ା ସୁନାବେଡାରେ ମଣିଷ ଖିଆ ବାଘ ଆତଙ୍କ । ୩ ଦିନ ଧରି ଆତଙ୍କ ଖେଳାଇଛି ବାଘ । ସୋମାବାର ଜଣେ ବୃଦ୍ଧାଙ୍କୁ ତାଙ୍କ ଘରବାଡିରୁ ଭିଡି ନେଇ ମାରି ଦେଇଥିଲା ବାଘ । ମଙ୍ଗଳବାର ରାମସିଂ ମାଝୀଙ୍କ ଗୁହାଳରୁ ବାଛୁରୀକୁ ଝାମ୍ପି ନେଇଛି ।ନୂଆପଡ଼ାର ସୁନାବେଡା, ସୋସେଙ୍ଗ , ଧରମବନ୍ଧା, ଆମାନାରା ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ମଣିଷ ଖିଆ କଲରାତରିଆ ବାଘ। ବାଘ ଭୟରେ ସନ୍ଧ୍ୟା ନ ହେଉଣୁ ତାଟିକବାଟ ପଡି ଯାଉଛି। ଲଘୁ ବନଜାତ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉ ଥିବା ଲୋକଙ୍କ ଜୀବିକା ଏବେ ପ୍ରଭାବିତ ହୋଇଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଲଗାଇଛି ସିସିଟିଭି । ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସୁନାବେଡା ଅଭୟାରଣ୍ୟ ବାଘ ପାଇଁ ଅଭୟ ପରିବେଶ ପାଲଟି ଥିବା ବେଳେ ଭିନ୍ନ ଭିନ୍ନ ଜାଗାରେ ବାଘ ଦେଖା ଯାଉଥିବାରୁ ବନ ଵିଭାଗ ବି ନାକେଦମ ହେଲାଣି। ଥରେ ମଣିଷ ମାରି ଥିବା ବାଘ ପୁଣି ଯେ ଗାଁ ମୁହାଁ ନ ହେବ ଏ କଥାକୁ ଏଡାଇ ଦେଇ ହେବନି। ଶୀଘ୍ର ବନ୍ୟ ପ୍ରାଣୀ ବିଭାଗ ବାଘ ଉପରେ ନଜର ରଖି ଜଂଗଲ ଭିତରକୁ ଘଉଡ଼ାଇଲେ ଲୋକେ ସୁରକ୍ଷିତ ମଣିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ