Masthead

ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି, ନିଷ୍କାସନ ପାଇଁ ଅଞ୍ଚଳବାସୀଙ୍କ ଦାବି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଅସରାଏ ବର୍ଷାରେ ଗାଁ ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ନାହିଁ ନଥିବା ଅସୁବିଧାରରେ ସମୁଖିନ ହେଉଛନ୍ତି ୧୦୦ରୁ ଅଧିକ ପରିବାର । ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ମାଝି ସାହି ଗ୍ରାମରେ। ସୂଚନା ମୁତାବକ ପାଣି ନିଷ୍କାସନ ପାଇଁ ସମସ୍ତ ଭିତିଭୂମି ଥିବାବେଳେ କିଛି ସ୍ଥାନୀୟ ଲୋକେ ସରକାରୀ ଜାଗାକୁ ଜବରଦଖଲ କରିଛନ୍ତି । ଫଳରେ ପାଣି ନିଷ୍କାସନ ପାଇଁ ଡ୍ରେନେଜ କରିବାରେ ବାଧା ସୃଷ୍ଟି ହେଉଛି।

ଏନେଇ ସ୍ଥାନୀୟ ଲୋକେ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି। ରାଜ୍ୟ ସରକାର ନିର୍ଦ୍ଦେଶ ସମସ୍ତ ଗ୍ରାମକୁ ପକ୍କା ସଡ଼କ ନିର୍ମାଣ ସହିତ ରାସ୍ତାର ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରାଯିବ ପାଇଁ ନିର୍ଦ୍ଦେଶ ଥିବାବେଳେ ମାଝି ସାହିକୁ କିଛି ସ୍ଥାନୀୟ କୁଜିନେତା ଏବଂ ଅସାଧୁ ବିଭାଗୀୟ ଯନ୍ତ୍ରି ଅବହେଳା କରୁଥିବା କହିଛନ୍ତି ମାଝି ସାହିର ଲୋକେ। ଏନେଇ ଆନେକ ଥର ମାଝି ସାହିର ଲୋକେ ପଞ୍ଚାୟତ ସରପଞ୍ଚ ପାଖରେ ଆରମ୍ଭ କରି ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ମାଝୀ ସାହିବାସୀଙ୍କ କହିବା କଥା ଯଦି ବ୍ଲକ ପ୍ରସାସନ ଆମ ଅଭିଯୋଗ ନଶୁଣନ୍ତି ବ୍ଲକ ଆଗରେ ଆମରଣ ଅନଶନରେ ବସିବୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା