Masthead

ଦୃଷ୍ଟିହୀନ ପରିବାରର ସୀମାହୀନ ଦୁଃଖ,ଆଖି ନଥିବାରୁ ଚାପି ଦେଲା ଗାଡ଼ି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ଅଜଣା ଗାଡ଼ି ଧକ୍କାରେ ଚାଲି ଗଲା ସ୍ୱାମୀ ଜୀବନ । ବେସାହାରା ହୋଇଗଲେ ଦୃଷ୍ଟିବାଧିତ ସ୍ତ୍ରୀ ସହ ୬ ପିଲାଛୁଆ । ଗାଁକୁ ଶବ ନେବା ପାଇଁ ସ୍ତ୍ରୀ ଓ ପିଲା ମହାପ୍ରଣାୟନ ଗାଡ଼ିକୁ ଜଗି ବସିଛନ୍ତି । ଏଭଳି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ।  ସୋର ବାଳିବାଡ ଗାଁର ଦେବେନ୍ଦ୍ର ଜେନା ଦୃଷ୍ଟିବାଧିତ ସ୍ତ୍ରୀ ସବିତା ସହ ୬ଜଣ ପିଲାକୁ ଧରି ଗାଁରେ ମାଗିଯାଚି ଚଳୁଥିଲେ ।

ସବିତା ଦୃଷ୍ଟି ଶକ୍ତି ହରାଇଥିବାବେଳେ ଛଅ ପିଲାଙ୍କ ମଧ୍ୟରୁ ଚାରି ପିଲା ଜନ୍ମରୁ ଆଖିରେ ସଠିକ୍ ଭାବେ ଦେଖିପାରନ୍ତି ନାହିଁ । ଗତକାଲି ସୋର ବଳିବାଡ ଗାଁ ନିକଟରେ ଅଜଣା ଗାଡ଼ି ଦେବେନ୍ଦ୍ରକୁ ଧକ୍କା ମାରି ପଲାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ସୋର ମେଡିକାଲ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା । ବାଲେଶ୍ବର ମେଡିକାଲ ପହଞ୍ଚିବା ପରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ